ଆସନ୍ତା ୧୬ରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ଆସନ୍ତା ୧୬ ତାରିଖ ରବିବାର ଦିନ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହେବ। ଏହି ସ୍ଵାସ୍ଥ୍ୟ ଶିବିର ସକାଳ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୪ ଟା ପଯ୍ୟନ୍ତ ଚାଲିବ। ଏହି ଶିବିର ରେ ଭୁବନେଶ୍ୱର ସ୍ଥିତ କିମସ୍ ଡାକ୍ତରଖାନା ର ବରିଷ୍ଠ ଡ଼ାକ୍ତର ମାନେ ହୃଦରୋଗ , କିଡ଼ିନୀ, ସର୍ଜରୀ,ଇଏନଟି, ସ୍ତ୍ରୀ ଓ ପ୍ରସୁତୀ ରୋଗ, ବାତରୋଗ ମାନସିକ ରୋଗ,ମୁତ୍ରରୋଗ ଆଦି ବିଭିନ୍ନ ରୋଗର ଉପଚାର ସହିତ ସ୍ଵାସ୍ଥ୍ୟ ପରୀକ୍ଷା କରିବେ। ଏହି ଶିବିର ରେ ୫୦ରୁ ଉର୍ଦ୍ଦ ଡାକ୍ତର ଯୋଗଦାନ କରିବାର କାର୍ଯକ୍ରମ ରହିଛି। ଏଥିସହିତ ରୋଗୀ ମାନଙ୍କୁ ମାଗଣା ମେଡିସିନ ପ୍ରଦାନ କରାଯିବା ବୋଲି ମେଡିକାଲ ସୁପରିଟେଣ୍ଟାଣ୍ଡ ଡ଼ା ମାନସ ରଞ୍ଜନ ବେହେରା ସୂଚନା ଦେଇଛନ୍ତି। ଏହି ଶିବିର ରେ ଅଂଶଗ୍ରହଣ କରି ବିଭିନ୍ନ ସୁବିଧା ନେବା ପାଇଁ କଣାସ ବ୍ଲକ୍ ନାଗରିକ ମଂଚ ଓ କଣାସ ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ତରଫରୁ ନିବେଦନ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ