ଆସିକାରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ସାଙ୍ଗଠନିକ ବୈଠକ
ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ଏନ୍ଏସି ଅଧୀନସ୍ଥ ୯ ନମ୍ବର ୱାର୍ଡର ସୁନାମ୍ବ ସାହିସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘ ଗଞ୍ଜାମ ଜିଲ୍ଲାର ସାଙ୍ଗଠନିକ ବୈଠକ, ବନ୍ଧୁମିଳନ ଓ ପହିଲି ଭୋଗ ଆସର କାର୍ଯ୍ୟକ୍ରମ ସଂଘର ସଭାପତି ବିଦ୍ୱାନ ପଣ୍ଡିତ ଗଙ୍ଗାଧର ଶତପଥୀଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ବରିଷ୍ଠ ସଦସ୍ୟ ପଣ୍ଡିତ ସୁରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏହି ସାଙ୍ଗଠନିକ ବୈଠକରେ ସଂଘର ସଭାପତି ଗଙ୍ଗାଧର ଶତପଥୀ ଯୋଗଦେଇ ବ୍ରାହ୍ମଣ ସମାଜର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସାଙ୍ଗକୁ ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବିଭିନ୍ନ ପ୍ରସ୍ତାବ ମାନ ଆଗତ କରିଥିବା ଲକ୍ଷ୍ୟ କରାଯାଇଥିଲା । ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏହି ସାଙ୍ଗଠନିକ ବୈଠକରେ ବ୍ରାହ୍ମଣ କର୍ମକାଣ୍ଡବିତ୍, ସୁପକାର, ମନ୍ଦିପ ପୂଜକମାନେ ଲଗାତର ଭାବେ ବିଭିନ୍ନ କ୍ଷେତ୍ରରେ ଅବହେଳିତର ଶୀକାର ହୋଇ କାଳାତିପାତ କରିବା ସାଙ୍ଗକୁ ସେମାନେ ଆର୍ଥିକ ଅନଗ୍ରସର ହୋଇଥିବା ବେଳେ ସେମାନଙ୍କ ସମସ୍ୟା ସମାଧାନ କରିବା ଦିଗରେ ସରକାରଙ୍କ ନୀରବତାକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବ୍ରାହ୍ମଣ କର୍ମକାଣ୍ଡବିତ୍, ସୁପକାର ଓ ମନ୍ଦିର ପୂଜକମାନଙ୍କୁ ଆର୍ଥିକ ସହାୟତା ଓ ପ୍ରୋତ୍ସାହନ ଯୋଗାଇଦେବା, ଆସିକା ଅଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣ ସଂପ୍ରଦାୟ ଓ ଜନସାଧାରଣଙ୍କ ଭୂବନ୍ଦୋବସ୍ତଜନିତ କାରଣରୁ ଘରବାରି ପଟା ନଥିବାରୁ ଆର୍ଥିକ ଦୂରାବସ୍ଥା ସମୟରେ ନିଜର ସଂପତ୍ତିକୁ ଉପଯୋଗ କରିନପାରି ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଂଚିତ ହେଉଥିବା କାରଣରୁ ସରକାର ତୁରନ୍ତ ଭୂବନ୍ଦୋବସ୍ତ କାର୍ଯ୍ୟ କରିବା ଏବଂ ଋଷିକୁଲ୍ୟା ଓ ବଡନଦୀର ମଧ୍ୟକ୍ଷେତ୍ର ବୁଡତୋଟାର ଉନ୍ନୟନ କାର୍ଯ୍ୟ ପାଇଁ ଦୃଷ୍ଟି ଦେବା ସକାଶେ ମତ ପ୍ରକାଶ ପାଇଥିଲା । ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସନ୍ତା ବୈଶାଖ ଅକ୍ଷୟ ତୃତୀୟା ତିଥିରେ ଗରୀବ ବାଳକମାନଙ୍କ ପାଇଁ ସାମୂହିକ ବ୍ରତୋପନୟନ କାର୍ଯ୍ୟ କରିବାକୁ ଏହି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଋଷିକୁଲ୍ୟା ବ୍ରାହ୍ମଣ ମହାସଂଘର ଏହି ସାଙ୍ଗଠନିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ନାରାୟଣ ମୁନି, ଛବିଳରାମ ମିଶ୍ର, ସନ୍ତୋଷ କୁମାର ପାଣିଗ୍ରାହୀ, ଦିଲୀପ କୁମାର ପାଣିଗ୍ରାହୀ, ସନ୍ତୋଷ କୁମାର ମିଶ୍ର, ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ରଥ, ଅନିଲ୍ କୁମାର ପାଣିଗ୍ରାହୀ, ସରୋଜ କୁମାର ଦାଶ, ଶକ୍ତିପ୍ରସାଦ କର, ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଟପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଶିକ୍ଷାବିତ୍ ବନମାଳୀ ସାମନ୍ତରା, ପ୍ରତାର ମିଶ୍ର, ନିରୋଜ ପାଢୀ, ପଣ୍ଡିତ ସୀତାରାମ ଦାଶ, ମୃତ୍ୟୁଞ୍ଜୟ ଆଚାର୍ଯ୍ୟ, ପୂଜାକ ନୀଳମାଧବ ଦାଶ, ସୁରେନ୍ଦ୍ରନାଥ ଦାଶ, ଉପେନ୍ଦ୍ରନାଥ ଦାଶ, ସୁପକାର ଦିନେଶ୍ କୁମାର ତ୍ରିପାଠୀ, ଭବାନୀ ତ୍ରିପାଠୀ, ସମାଜସେବୀ ପ୍ରମୋଦ କୁମାର ତ୍ରିପାଠୀଙ୍କ ସମେତ ସଂଘର ବହୁ ସଦସ୍ୟ, ପଣ୍ଡିତ, ଶିକ୍ଷାବିତ୍, ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।