ଆସିକାରେ ସାମାଜିକ ସଦ୍ଭାବନା ବୈଠକ
ଆସିକା, (ଯୁଗାବ୍ଦ ନ୍ୟୁଜ):ହିନ୍ଦୁତ୍ୱର ସମ୍ମାନରକ୍ଷା ସାଙ୍ଗକୁ ପରସ୍ପର ମଧ୍ୟରେ ଆସ୍ଥା ଓ ବିଶ୍ୱାସର ବାତାବରଣ ସୃଷ୍ଟି ଓ ଆଧ୍ୟାତ୍ମିକ ଭାବଧାରା ଜାଗ୍ରତ କରିବା ସାଙ୍ଗକୁ ଜାତିଭେଦ ଓ ଉଚ୍ଚନୀଚରୁ ଉର୍ଦ୍ଧ୍ୱରେ ରହି ଭାଇଚାରାର ସଂପର୍କକୁ ଉଜ୍ଜୀବିତ ଓ ଦୃଢିଭୁତ କରିବା ଲକ୍ଷ୍ୟରେ ରୂପରେଖ ପ୍ରସ୍ତୁତ ପାଇଁ ସ୍ଥାନୀୟ ଚିନିଶିଳ୍ପ ନୁଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସାମାଜିକ ସଦ୍ଭାବନା କମିଟିର ନଗର ପ୍ରମୁଖ ତଥା ଅବସରପ୍ରାପ୍ତ ଅଧ୍ୟାପକ ଦିବାକର ମୁନିଙ୍କ ସଭାପତିତ୍ୱରେ ଏକ ସାମାଜିକ ସଦ୍ଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଅବସରରେ ଆସିକା ନଗରସ୍ଥରୀୟ ଏହି ସାମାଜିକ ସଦ୍ଭାବନା ଆଲୋଚନାଚକ୍ରରେ ଓଡିଶାପ୍ରାନ୍ତ ସାମାଜିକ ସଦ୍ଭାବନା ପ୍ରମୁଖ କୁମର ସାହୁ, ଘୁମୁସର ଜିଲ୍ଲା ସଦ୍ଭାବନା ପ୍ରମୁଖ ବିଜୟ କୁମାର ନାହାକ, ଗଂଜାମ ଜିଲ୍ଲା ସଦ୍ଭାବନା ପ୍ରମୁଖ ବନମାଳୀ ଗୌଡ ପ୍ରମୁଖ ଯୋଗଦେଇ ସମାଜର ବିଭିନ୍ନ ସ୍ତରରେ ସଦ୍ଭାବନା କିପରି ଜାଗ୍ରତ ହୋଇପାରିବ ତାହାରି ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ପରାମର୍ଶ ପ୍ରଦାନ କରିଥିଲେ । ଆସିକା ନଗର ସାମାଜିକ ସଦ୍ଭାବନା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶିବରାମ ମହାରଣା, ଉମା ମାହେଶ୍ୱର ରାଓ, ଅରୁଣ କୁମାର ପାତ୍ର, ଦଣ୍ଡପାଣି ପାତ୍ର, ଅର୍ଜୁନ ନାହାକ, ସନାତନ ଜେନା ପ୍ରମୁଖ ଯୋଗଦେଇ ସାମାଜିକ ସଦ୍ଭବନା ସଂକ୍ରାନ୍ତରେ ନିଜ ନିଜ ମତ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଦିବାକର ମୁନି, ପୂର୍ଣ୍ଣଚନ୍ଦ୍ର ସେଠୀ, ସିଦ୍ଧେଶ୍ୱର ପାଣିଗ୍ରାହୀ, ବିମ୍ବାଧର ପାତ୍ର, ପି.ନାଗେଶ୍ୱର ପାତ୍ର, ରାମଚନ୍ଦ୍ର ସାହୁ, ପ୍ରମୋଦ କୁମାର ପୋଲାଇ, ମାର୍କଣ୍ଡ ନାୟକ, ଭି.ରମଣ ମୂର୍ତ୍ତି, ପି.ଶ୍ରୀନିବାସ ପାତ୍ରଙ୍କ ସମେତ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।