ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନାହିଁ ମହାପ୍ରୟାଣ ଗାଡି : ଶବକୁ ସମ୍ମାନ କେବେ?

ଆସିକା, (ୱାଇଏନ୍‍ଏସ୍‍):ଆସିକା ଉପଖଣ୍ଡ ଚିକିତ୍ସାଳୟରେ ନାହିଁ ମହାପ୍ରୟାଣ ଗାଡି । ଆସିକା ଉପଖଣ୍ଡ ଚିକିତ୍ସାଳୟ ଉପରେ ଆସିକା ବ୍ଳକ ଓ ଏନଏସି ସମେତ ଧରାକୋଟ, ଶେରଗଡ, କବିସୂର୍ଯ୍ୟନଗର, ବୁଗୁଡା, ପୁରୁଷୋତ୍ତମପୁର, ସୋରଡା, ପୋଲସରା, ବେଲଗୁଣ୍ଠା , ହିଞ୍ଜିଳିକାଟୁ ସମେତ ଆଖପାଖ ଗ୍ରାମାଞ୍ଚଳର ଶହଶହ ଜନତା ନିର୍ଭର କରୁଥିବା ବେଳେ ଗୋଟିଏ ବି ମହାପ୍ରୟାଣ ଗାଡି ନଥିବା ଯୋଗୁଁ ଆବଶ୍ୟକତା ସମୟରେ ବହୁ ବ୍ୟକ୍ତି ସେବା ପାଇବାରୁ ବଞ୍ଚିତ ହୋଇ ଆସୁଥିବା ସହ ଘରୋଇ ଆମ୍ବୁଲ୍ୟାନ୍ସ ଗାଡିରେ ଶବକୁ ଘରକୁ ନେଇ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ ହେଉଛି । ଯାହାରିଫଳରେ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଶବକୁ ସମ୍ମାନ କେବେ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ନିହାତି ଗୋଟିଏ ମହାପ୍ରୟାଣ ଗାଡି ଆବଶ୍ୟକତା ରହିଥିଲେ ମଧ୍ୟ ତାହା କେବେ ଫଳପ୍ରଦ ହେବ ଓ ଅଞ୍ଚଳବାସୀ ସେବା ପାଇବେ ଏବଂ ଶବକୁ ସମ୍ମାନ ମିଳିବ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସ୍ଟଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ୫-ଟି ଉପକ୍ରମରେ ସାମିଲ୍‍ କରାଯାଇ ଭିତ୍ତିଭୂମୀକୁ ସୁଦୃଢ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ମହାପ୍ରୟାଣ ସେବା କାର୍ଯ୍ୟକାରୀ କରାଯାଇନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ତଥା ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ମହାପ୍ରୟାଣ ଗାଡି ଯୋଗାଇଦେବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ