ଆସିକା ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ
ଆସିକା, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାର୍ଥୀ ମାନେ ନିଜର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ଭଲ ମଣିଷ ହେବା ପାଇଁ କଠିନ ପରିଶ୍ରମ କରିବା ସହ ସମୟାନୁବର୍ତ୍ତିତା ହେବାକୁ ସ୍ଥାନୀୟ ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତାମାନେ ମତବ୍ୟକ୍ତ କରିଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ରଙ୍କନାଥ ବିହାର କଲେଜଛକ ରାସ୍ତା ପାଶ୍ୱର୍ରେ ଥିବା ଡି-ପଲ୍ ସ୍କୁଲର ୨୫ତମ ବାର୍ଷିକ ଉତ୍ସବ ତଥା ରୌପ୍ୟ ଜୟନ୍ତୀ ସମାରୋହ ଉତ୍ସାହ ଉଦ୍ଦୀପନାର ସହ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାରମ୍ୟାନ୍ ଅଶୋକ କୁମାର ପାଢୀଙ୍କ ସଂଯୋଜନା ଓ ଅଧ୍ୟକ୍ଷା ରଜନୀ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ପିଏମ୍ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ବଳରାମ ମହାନ୍ତି ଓ ସମ୍ମାନିତ ଅତିଥି ରୂପେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍ରାଣୀ ମହାନ୍ତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବାକୁ ମାର୍ଗଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆସିକା ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଚେୟାର୍ମ୍ୟାନ୍ ଅଶୋକ କୁମାର ପାଢୀ, ଅଧ୍ୟକ୍ଷା ରଜନୀ ପଣ୍ଡା, ଉପାଧ୍ୟକ୍ଷା ସିଏଚ୍.ରମେଶ୍ କୁମାର ରାଓ, ସଂଯୋଜକ ଚିତ୍ରସେନ ସ୍ୱାଇଁ ଓ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଦୀର୍ଘ ୨୫ବର୍ଷ ଧରି ଏହି ପୁରାତନ ଶିକ୍ଷାନୁଷ୍ଟାନ ସ୍ଥାନୀୟ ଅଞ୍ଚଳରେ ବହୁ ମେଧାବୀ ବିଦ୍ୟାର୍ଥୀଙ୍କୁ ସୃଷ୍ଟି କରିଥିବାରୁ ଶିକ୍ଷକ ଶକ୍ଷିୟତ୍ରୀ ମାନଙ୍କ ଶିକ୍ଷାଦାନ ଶୈଳୀକୁ ପ୍ରଶଂସା କରିବା ସହିତ ଶୃଙ୍ଖଳିତ ଛାତ୍ର ଜୀବନ ଉତ୍ତମ ଭବିଷ୍ୟତ ଗଠନର ପ୍ରଥମ ପାହାଚ ହୋଇଥିବାରୁ ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବା ସହ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶକରି ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଟାନର ଗୌରବକୁ ବୃଦ୍ଧିକରିବାକୁ ପରାମର୍ଶ ଦେଇ କଠିନ ପରିଶ୍ରମ, ସକରାତ୍ମକ ଚିନ୍ତନ ଓ ପିତାମାତା ତଥା ଗୁରୁଜନ ମାନଙ୍କ ଆଶୀର୍ବାଦ ରହିଲେ ସଫଳତା ମିଳିବା ଅନିବାର୍ଯ୍ୟ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୫ତମ ବାର୍ଷିକ ଉତ୍ସବ ଓ ରୌପ୍ୟ ଜୟନ୍ତୀ ସମାରୋହ ପାଳନ ଅବସରରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଅଧ୍ୟକ୍ଷା ରଜନୀ ପଣ୍ଡା, ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ଟପ୍ପର ହୋଇଥିବା ବିବେକାଚାନ୍ଦ ଚୌଧୁରୀ ଓ ସୁମନ୍ ମେହେଣାଙ୍କ ସମେତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ପରିବେଷିତ ହୋଇଥିବା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ, ସଚେତନ ନାଗରିକ ଓ ବୁଦ୍ଧିଜୀବୀଙ୍କୁ ବିମୋହିତ କରିଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଡି-ପଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ୨୫ତମ ବାର୍ଷିକ ଉତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଶିକ୍ଷୟତ୍ରୀ ସସ୍ମିତା ତ୍ରିପାଠୀ, ମଧୁସ୍ମିତା ଆଚାର୍ଯ୍ୟ, ପୁଷ୍ପାଞ୍ଜଳୀ ସ୍ୱାଇଁ, ରୋଜାଲିନ୍ ପଟ୍ଟନାୟକ, ଗୀତାଞ୍ଜଳୀ ସ୍ୱାଇଁ, ରଶ୍ମିତା କୁମାରୀ ପ୍ରଧାନ, ଶିବାନୀ ଜେନା, ସସ୍ମିତା ମାଝୀ, ସଂଯୁକ୍ତା ନାୟକ, ରୋଜାଲିନ୍ ଗୌଡ, ମିନତୀ ବେହେରା, ସନ୍ଧ୍ୟାରାଣୀ ମହାନ୍ତି, ଇନ୍ଦୁ ବେହେରା, ସମୀର କୁମାର ସାହୁ, ଦୀପକ ବାଡତ୍ୟା, ସୁଶାନ୍ତ କୁମାର ପଟ୍ଟନାୟକ, ଗୀତାଞ୍ଜଳୀ ପାଢୀ, ପ୍ରିୟଙ୍କା ସାମନ୍ତରା, ଘନଶ୍ୟାମ ବିଷୋୟୀ, ଅଭିପ୍ସା ପ୍ରଧାନ, ସୋମରାଣୀ ପାଢୀ, କର୍ମଚାରୀ ପାଣ୍ଡବ ଭଂଜ, ଶାରଦାଶଙ୍କର ପାଢୀ, ସୁପ୍ରଭା ପଣ୍ଡା, କବିତା ପାଢୀ, ରୋଜା ପାତ୍ର, କିରଣ ପରିଡା, ରିଙ୍କୁ ନାହାକ, ପ୍ରିୟଙ୍କା ରାଉତ, ପ୍ରିୟମ୍ବଦା ମହାରଣା, ସଂଗୀତା ସାମଲଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।