ଆସିକା ଲାଲାଗୋର୍ଜୀ ଛକରେ ଅଷ୍ଟପ୍ରହର ନାମଯଜ୍ଞ
ଆସିକା, (ୱାଇଏନ୍ଏସ୍):ଆସିକା ଏନ୍ଏସି ଅଧିନସ୍ଥ ଲାଲଗୋର୍ଜୀ ଛକସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ସମ୍ମୁଖରେ ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ମାଘ ଶୁକ୍ଳ ତିଳ ସପ୍ତମୀ ଅବସରରେ ବିଶ୍ୱ କଲ୍ୟାଣ ନିମିତ୍ତ ଅଷ୍ଟପ୍ରହର ନାମଯଜ୍ଞ ମଙ୍ଗଳବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି । ମଙ୍ଗଳବାର ପୂର୍ବାହ୍ନରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଶୁଭାସବାସ, କଳସଯାତ୍ରା ଅନୁଷ୍ଠିତ ହେବାପରେ ନାମଯଜ୍ଞ ଆରମ୍ଭ ହୋଇଥିଲା ବେଳେ ଏହି ନାମଯଜ୍ଞରେ ପଙ୍କଳବାଡି, ବାଲିଛାଇ, ସାମନ୍ତରାପଲ୍ଲୀ, ଭେଟନଇ ସମେତ ବିଭିନ୍ନ ଅଞ୍ଚଳର ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଛି । ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ଅଷ୍ଟପ୍ରହର ନାମଯଜ୍ଞ ଠାରୁ ଆରମ୍ଭ କରି ୭୨ ପ୍ରହର ନାମଯଜ୍ଞରେ ସ୍ୱେଚ୍ଛାକୃତ ଭାବେ ଆଗ୍ରହର ସହ ସାମିଲ ହୋଇ ସୁମଧୁର କଣ୍ଠରେ ବିଭିନ୍ନ ଶୈଳୀରେ ହରେକୃଷ୍ଣ ହରେରାମ ଗାଇ ଶ୍ରଦ୍ଧାଳୁ ଭକ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ଆସିଥିବା ଧରାକୋଟ ବ୍ଳକ ଅନ୍ତର୍ଗତ ଜଗମୋହନ ଗ୍ରାମର ଗୋପୀନାଥ ସ୍ୱାମୀ ନାମ ସଂକୀର୍ତ୍ତନ ମଣ୍ଡଳୀର ପ୍ରମୁଖ ସଦସ୍ୟ ରବିନ୍ଦ୍ର ସାହୁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନାମ ବୋଲୁଥିବା ବେଳେ ନାମପ୍ରେମୀ ମାନେ ଆଗ୍ରହର ସହକାରେ ତାଙ୍କକଣ୍ଠରୁ ନାମ ଶୁଣିବା ଲାଗି ଉତ୍ସୁକତାର ସହ ବସି ରହିଥିବା ଦେଖିବାକୁ ମିଳିଥିଲା । ପୋଡଙ୍ଗୀ ଗ୍ରାମ ସ୍ଥିତ ରାଧାକୃଷ୍ଣ ମଠ ମହନ୍ତ ମହାରାଜ ସନ୍ତ ଶ୍ରୀ ଅନନ୍ତକୃଷ୍ଣ ଦାଶ ଏହି ଅଷ୍ଟପ୍ରହର ନାମଯଜ୍ଞରେ ସାମିଲ ହୋଇଥିବା ବେଳେ ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ ନାମଯଜ୍ଞ ସଂପନ୍ନ ପରେ ନଗର ପରିକ୍ରମା, ଦଧିଭାଣ୍ଡ ଭଞ୍ଜନ ସହ ପ୍ରସାଦ ସେବନର ଆୟୋଜନ କରାଯାଉଥିବା ଆୟୋଜକଙ୍କ ସୂତ୍ରର ଜଣାପଡିଛି । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ସାମ୍ବାଦିକ ସୁରେନ୍ଦ୍ର ନାଥ ସାହୁ, ସିମାଞ୍ଚଳ ସାହୁ, ବାଲା ରାଓ, ଉପେନ୍ଦ୍ର ମହାନ୍ତି, ଗିରିଜା ଦାଶ, ବିଶ୍ୱନାଥ ସେଠୀ, ଯୁଧିଷ୍ଠିର ପାତ୍ର, କିଶୋର ଚନ୍ଦ୍ର ସାହୁ, ପ୍ରଦୀପ କୁମାର ପାତ୍ର, କାଳୀଚରଣ ମହାନ୍ତି, ମଙ୍ଗଳା ପାତ୍ର, କିରନ୍ ପାତ୍ର, ସିରନ୍ ପାତ୍ର, ରବିନ୍ଦ୍ରନାଥ ସାହୁ, ପ୍ରଶାନ୍ତ ବିଷୋୟୀ, ବାବୁ ସାହୁ, ଭାସ୍କର ଆଚାରୀ, ରାଜୀବ ପଣ୍ଡିତ, ପ୍ରଦୀପ କୁମାର ପରିଡା, ହରିହର ପାଢୀ, ଗୋପାଳ ପଣ୍ଡା, ସୁଦର୍ଶନ ନାହାକଙ୍କ ସମେତ ବହୁ ଆଧ୍ୟାତ୍ମିକପ୍ରେମୀ ସହଯୋଗ କରୁଥିବା ବେଳେ ନାମଯଜ୍ଞ ଶ୍ରବଣ କରିବାକୁ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମୁଥିବା ଲକ୍ଷ୍ୟ କରାଯାଇଛି ।