ଆସିକା ଲାଲାଶାସନ ଗ୍ରାମରେ ପୌରାଣିକ ନାଟକ “ମହାଭାରତ” ମଞ୍ଚସ୍ଥ
ଆସିକା, (ୱାଇଏନ୍ଏସ୍):ଆସିକା ଏନଏସି ଅଧିନସ୍ଥ ୧୭ନମ୍ବର ୱାର୍ଡର ଲାଲାଶାସନ ଓ ଶାସ୍ତ୍ରୀନଗର ଗ୍ରାମରେ ଶ୍ରୀଶ୍ରୀ ଗୋପିନାଥ (ରାଧାକୃଷ୍ଣ) ମହାପ୍ରଭୁଙ୍କ ଦୋଳଯାତ୍ରା ଅବସରରେ ଗ୍ରାମବାସୀ ମାନଙ୍କ ପ୍ରଚେଷ୍ଟା ଫଳରେ ଗ୍ରାମର ମଝିଦାଣ୍ଡରେ ଶ୍ରୀ ଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟସଂଘ ଜୟପୁର ପକ୍ଷରୁ ମହାନ୍ ପୌରାଣିକ ନାଟକ “ମହାଭାରତ” ମଞ୍ଚସ୍ଥ ହୋଇଯାଇଛି । ଲାଲାଶାସନ ଓ ଶାସ୍ତ୍ରୀନଗର ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ପୌରାଣିକ ନାଟକର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଗ୍ରାମ୍ୟ କମିଟି ସଭାପତି ତଥା ଓଡିଶା ଅମଲା ସଂଘର ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ ପ୍ରସନ୍ନ କୁମାର ତ୍ରିପାଠୀ, ଆସିକା ଏନ୍ଏସକାଉନସିଲର ନିଗମାନନ୍ଦ ରାଉତ, ସରୋଜ କୁମାର ଭଂଜ, ଦୁର୍ଗାବାଇ ବୈଠାରୁ, ଭାସ୍କର ବେହେରା, ସଂଯୁକ୍ତା ଶତପଥୀ, ଯୁବ ସମାଜସେବୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ଜିତେନ୍ଦ୍ର କୁମାର ମହାରଣା, ଗ୍ରାମ୍ୟ ପରିଚାଳନା କମିଟିର ସଂପାଦକ ତଥା ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ଉପେନ୍ଦ୍ର କୁମାର ମିଶ୍ର, ଉପସଭାପତି ପ୍ରଦୀପ କୁମାର ଶତପଥୀ, ସଂଗଠନ ସଂପାଦକ ଶିବପ୍ରସାଦ ଶତପଥୀ, ଯୁଗ୍ମ ସଂପାଦକ ସୀତାରାମ ହୋତା, ପ୍ରଶାନ୍ତ ତ୍ରିପାଠୀ, ଉପଦେଷ୍ଟା ଅନନ୍ତ ଶତପଥୀ, କୋଷାଧ୍ୟକ୍ଷ ଟୁକୁନା ହୋତା, ଶିକ୍ଷାବିତ୍ ହିମାଂଶୁ ଶେଖର କର, ହେମନ୍ତ କୁମାର ଦାଶ, ବିଶିକେଶନ ତ୍ରିପାଠୀ ପ୍ରମୁଖ ଯୋଗଦେଇ କଳାକାର ମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ ତଥା ଲୋକଲୋଚନକୁ ଆଣିବା ଦିଗରେ ଏଭଳି ନାଟକ ବିଶେଷ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରି ଆୟୋଜକଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଏହି ପୌରାଣିକ ନାଟକ ମହାଭରତରେ ଅଭିନୟ କରୁଥିବା କଳାକାର ମାନେ ଉତ୍ତମ କଳା ପ୍ରଦର୍ଶନ କରି ଜଣେ ଜଣେ ଶ୍ରେଷ୍ଠ କଳାକାର ରୂପେ ଗଢି ତୋଳିବାକୁ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଲାଲାଶାସନ ଓ ଶାସ୍ତ୍ରୀନଗର ଗ୍ରାମବାସୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ମହାନ୍ ପୌରାଣିକ ନାଟକ “ମହାଭାରତ”ରେ ଅଭିନୟ କରିଥିବା କଳାକାର ମାନଙ୍କ ନିଖୁଣ ଅଭିନୟ ଉପସ୍ଥିତ ଶହ ଶହ ଦର୍ଶକଙ୍କୁ ବିମୋହିତ କରି ଦେଇଥିଲା । ଲାଲାଶାସନ ଗ୍ରାମରେ ଅନୁଷ୍ଠିତ ହୋଇଥିବା ଏହି ପୌରାଣିକ ନାଟକ ମହାଭାରତକୁ ଦେଖିବା ଲାଗି ବିଭିନ୍ନ ଅଞ୍ଚଳର ଦର୍ଶକଙ୍କ ଭିଡ ଜମିଥିଲା । ଏହି ନାଟକକୁ ପରିଚାଳନା କରିବା ଦିଗରେ ଗ୍ରାମର ଆଧ୍ୟାତ୍ମିିକପ୍ରେମୀ ସୁନିଲ୍ କୁମାର ମିଶ୍ର, ବାଳକୃଷ୍ଣ ଦାଶ, ମଧୁସୂଦନ ଶତପଥୀ, ରାଧାମାଧବ ତ୍ରିପାଠୀ, ଦୈତାରୀ ମିଶ୍ର, ରାଜେନ୍ଦ୍ର ମିଶ୍ର, ନିର୍ମଳ ଦାଶ, ସୁନିଲ୍ କୁମାର ଗୌଡ, ପ୍ରମୋଦ କୁମାର ତ୍ରିପାଠୀ, ରବିଲୋଚନ ଦାଶ, ଅଶୋକ ଦାଶ, ବିମଳଲୋଚନ ଦାଶ, ରତ୍ନାକର ଦାଶ, ସୀତାରାମ ଦାଶ, ଗଙ୍ଗାଧର ଶତପଥୀ, ବଦ୍ରିନାରାୟଣ କର, ଶୁଭମ୍ ସାହୁ, ଆକାଶ ସାହୁ, ସିମାଂଚଳ ଶତପଥୀ, ବୀର ମିଶ୍ର, ପଦ୍ମଲୋଚନ ଶତପଥୀ, ମିଟିକ ତ୍ରିପାଠୀ, ଚକ୍ରଧର ଦାଶ, ଫକୀର ଦାଶ, ଉମାମହେଶ୍ୱର ଦାଶ, ନିର୍ମଳ ଦାଶ, ଦୁତିକୃଷ୍ଣ କର, ସୁରଜ କୁମାର ଦାଶ, ଦେବୀପ୍ରସାଦ ଶତପଥୀଙ୍କ ସମେତ ସମସ୍ତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିଲା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ ଓ କଳାପ୍ରେମୀ ଯୋଗ ଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଲାଲାଶାସନ ଓ ଶାସ୍ତ୍ରୀନଗର ଗ୍ରାମରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଉତ୍ସାହ ଓ ଉଦ୍ଦୀପନା ଏବଂ ଆନନ୍ଦ ଉଲ୍ଲାସରେ ଚାଲିଥିବା ଦୋଳଯାତ୍ରା ରବିବାର ଉଦ୍ଯାପିତ ହୋଇଥିବା ବେଳେ ସୋମବାର ଘଣ୍ଟମୃଦଙ୍ଗର ତାଳେତାଳେ ଗ୍ରାମର ଠାକୁର ଗୋପୀନାଥଙ୍କ ମନ୍ଦିର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ପବିତ୍ର ଦୋଳଯାତ୍ରାର ଉଦ୍ଯାପନୀ ଦିବସରେ ଗ୍ରାମର ମଝିଦାଣ୍ଡ ସାହିରେ ଅସ୍ଥାୟୀ ମଣ୍ଡପରେ ରବିବାର ଦିନତମାମ ବିଜେ ପ୍ରଭୁ ଶ୍ରୀଶ୍ରୀ ରାଧାକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ବେଳେ ଗ୍ରାମବାସୀ ମାନେ ଠାକୁରଙ୍କ ଆଶ୍ରୀବାଦ କାମନା କରି ଆସିକାବାସୀଙ୍କ ସୁଖସମୃଦ୍ଧି କାମନା କରିଥିଲେ ।