ଆସିକା ଶାନ୍ତିଶକ୍ତି ଭବନରେ ସ୍ନେହ ମିଳନ କାର୍ଯ୍ୟକ୍ରମ

ଆସିକା, (ଯୁଗାବ୍ଦ ନ୍ୟୁଜ):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନରେ ଏକ ସ୍ନେହମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶକ୍ତି ଭବନର ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ଏହି ସ୍ନେହମିଳନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ରୂପେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଯୋଗଦେଇ ଏହି ସ୍ନେହମିଳନ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସଫଳ ଚାଷୀ ବାଉରୀବନ୍ଧୁ ସ୍ୱାଇଁଙ୍କୁ ସମ୍ମାନିତ କରାଯାଇ ଉଜ୍ଜଳ ଭବିଷ୍ୟତା କାମନା କରାଯାଇଥିଲା । ଆସିକା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସ୍ନେହମିଳନ କାର୍ଯ୍ୟକ୍ରମରେ ଶତାଧୀକ ବ୍ରହ୍ମାକୁମାର ଓ ବ୍ରହ୍ମାକୁମାରୀ ଯୋଗଦେଇ ପ୍ରାତଃକାଳରୁ ବିଶ୍ୱଶାନ୍ତି ସକାଶେ ଯୋଗ ଓ ପ୍ରାଣାୟାମ କରିଥିଲା ବେଳେ ରାଜଯୋଗିନୀ ବ୍ରହ୍ମାକୁମାରୀ ପ୍ରଭାତୀ ଭଉଣୀ ଯୋଗଦେଇ ଜୀବନରେ ନିଷ୍ଠା ଓ ଇଶ୍ୱର ବିଶ୍ୱାଶ ବଳରେ ସଫଳତା ପ୍ରାପ୍ତ ହେବା ସମ୍ଭବ ବୋଲି ମତବ୍ୟକ୍ତ କରି ଇଂରାଜୀ ନୂତନ ବର୍ଷ ୨୦୨୫କୁ ସ୍ୱାଗତ କରିବା ସହ ଆସିକା ଅଞ୍ଚଳବାସୀଙ୍କ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ସ୍ଥାନୀୟ ସେବାକେନ୍ଦ୍ର ଶାନ୍ତିଶକ୍ତି ଭବନ ପରିସରରେ ଅନୁଷ୍ଠିତ ଏହି ସ୍ନେହମିଳନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ବ୍ରହ୍ମାକୁମାର ସତ୍ୟପ୍ରିୟ, ପଂଚାୟତ୍ରୀ, ସୁନିଲ୍‍, ବୁଲୁ, ରାଧାଶ୍ୟାମ, କାହ୍ନୁ, ନିଳାଞ୍ଚଳ, ଯୋଗୀ, ନିରଂଜନ, ସଚିନ୍‍, ରାମେଶ୍ୱର, ଚରଣ, ବଳରାମ, ବ୍ରହ୍ମାକୁମାରୀ ସୁଜ୍ଞାନୀ, ନର୍ମଦା, ମମତା, ସୁମିତ୍ରା, ଜ୍ୟୋତି, ସ୍ମିତା, ନିରୁ, ଅନୁଙ୍କ ସମେତ ଅନ୍ୟ ଉତ୍ସାହୀ ଯୁବପିଢୀ ସକ୍ରିୟ ସହଯୋଗ କରିଥିବା ବେଳେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ, ବୁଦ୍ଧିଜିବୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ