ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‍ଯାପିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ କାଳଷଣ୍ଢପୁର ସ୍ଥିତ ଋଷିକୁଲ୍ୟା ଷ୍ଟାଡିୟମ୍‍ ପରିସରରେ ଗତ ଦୁଇ ଦିନ ଧରି ଚାଲିଆସିଥିବା ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଉଦ୍‍ଯାପିତ ହୋଇଯାଇଛି । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଘାଟନୀ ଦିବସରେ ଛାତ୍ରଛାତ୍ରୀମାନେ କାଳଷଣ୍ଢପୁର ଗ୍ରାମର ଅଧୀଷ୍ଟାତ୍ରୀ ଦେବୀ ମା ଦଣ୍ଡକାଳୀଙ୍କ ମନ୍ଦିର ପରିସରରେ ପୂଜା ପାଉଥିବା ସଙ୍କଟ ମୋଚନ ହନୁମାନଙ୍କ ପ୍ରତିମୂର୍ତ୍ତି ନିକଟରେ ପୂଜାର୍ଚ୍ଚନା ସାରି ଏକ ମଶାଲ୍‍ ଶୋଭାଯାତ୍ରାରେ ବାହାରି ଋଷିକୁଲ୍ୟା ଷ୍ଟାଡିୟମ୍‍ରେ ପହଞ୍ଚିଥିଲେ । ସେଠାରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟିର ସଭାପତି ସୁବାସ ଚନ୍ଦ୍ର ସେନାପତିଙ୍କ ସଂଯୋଜନାରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ତହସିଲଦାର ସୁଶ୍ରୀ ସଙ୍ଗୀତା ସେଣ ଯୋଗଦେଇ କ୍ରୀଡା ଧ୍ୱଜା ଉତ୍ତୋଳନ କରିବା ସାଙ୍ଗକୁ ସାଂପ୍ରତିକ ପରିସ୍ଥିତିରେ ଶିକ୍ଷା କ୍ଷେତ୍ରରେ କ୍ରୀଡାର ଆବଶ୍ୟକତାର ମହତ୍ତ୍ୱ ଏବଂ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ ଉପରେ ମାର୍ଗଦର୍ଶନ କରିବା ସାଙ୍ଗକୁ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଆସିକା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଅବସରରେ ଶିକ୍ଷାନୁଷ୍ଠାନର ଚତୁର୍ଥ ଶ୍ରେଣୀରୁ ଯୁକ୍ତଦୁଇ ଶ୍ରେଣୀରେ ଅଧ୍ୟୟନରତ ଥିବା ଶିଶୁବର୍ଗ, ବାଲ୍‍ବର୍ଗ, କିଶୋର ବର୍ଗ ଓ ତରୁଣ ବର୍ଗର ପ୍ରାୟ ୭୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଦୌଡ, ଲମ୍ବାଡିଆଁ, ଉଚ୍ଚାଡିଆଁ, ତ୍ରିକୁଦ, ସଟ୍‍ଫୁଟ୍‍ ଥ୍ରୋ, ଡିସ୍‍କସ୍‍ ଥ୍ରୋ, ଜାଭେଲିନ୍‍ ଥ୍ରୋ ଭଳି ୩୫ଟି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ଉଦ୍‍ଯାପନୀ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ସୁନିଲ୍‍ କୁମାର ଗୌଡ ଅଧ୍ୟକ୍ଷତା କରିଥିଲା ବେଳେ ଶିକ୍ଷା ବିକାଶ ସମିତି ଓଡିଶା ପ୍ରାନ୍ତଃର କାର୍ଯ୍ୟକାରିଣୀ ସଦସ୍ୟ କିରଣ କୁମାର ପାଢୀ, ସରସ୍ୱତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡଃ ସୁରେନ୍ଦ୍ରନାଥ ସାବତ, ପରିଚାଳନା କମିଟିର ଯୁଗ୍ମ ସଂପାଦକ ପି.ନାଗେଶ୍ୱର ପାତ୍ର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ରୀଡା ଶିକ୍ଷକ ସ୍ୱଦେଶ କୁମାର ଦଳେଇ ପ୍ରମୁଖ ଯୋଗଦେଇ ଖେଳକୁଦ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହେବା ସହ ନିଜର ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥାଏ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଭଲ ଖେଳାଳୀ ହେବାକୁ ଆହ୍ୱାନ କରିଥିଲେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅବସରରେ ବିଭିନ୍ନ ଖେଳରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଏହି କ୍ରୀଡା ମହୋତ୍ସବକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ଗୁରୁଜୀ ନିତ୍ୟାନନ୍ଦ ସାହୁ, ପ୍ରଭାସ କୁମାର ସାହୁ, ରବିନ୍ଦ୍ର କୁମାର ସାହୁ, କୃତିବାସ ମହାପାତ୍ର, ଗୀତାଞ୍ଜଳୀ ପଟ୍ଟନାୟକ, ଗୀତାଞ୍ଜଳୀ ସାବତ, କ୍ଷିରାବ୍ଦୀ ତନୟା ଶର୍ମା, ରମାକାନ୍ତ ରଣା, ବାଇଧର ପ୍ରଧାନ, ଶୁଭ୍ରାଂଶୁ କହଁର, ରାଘବ ପରିଡା, ବେବିନାରାଣୀ ଚୌଧୁରୀ, ସୁଚିତ୍ରା ସ୍ୱାଇଁ, ସୁଚିତ୍ରା ମହାପାତ୍ର, ସୁଚିତ୍ରା ପାଢୀ, ରଶ୍ମିତା ପାଢୀ, ହରପ୍ରିୟା ନାୟକ, ସୌମ୍ୟା ଶତପଥୀଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସକ୍ରିୟ ସହଯୋଗ କରିଥିଲା ବେଳେ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ଖେଳକୁଦ ଦେଖିବା ପାଇଁ ଋଷିକୁଲ୍ୟା ଷ୍ଟାଡିୟମରେ କ୍ରୀଡାପ୍ରେମୀଙ୍କ ଭିଡ ଜମିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ