ଆୟୋଜିତ ହେଲା ଉତ୍କଳିକା କର୍ପୋରେଟ ଫେୟାର

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର):ମାଲକାନଗିରିରେ ଆୟୋଜିତ କରାଯାଇଛି ଉତ୍କଳିକା କର୍ପୋରେଟ ଫେୟାର। ଓଡ଼ିଶାର ପ୍ରାୟ ୫୫ ଟି ହସ୍ତଶିଳ୍ପ କେନ୍ଦ୍ର ରହିଥିବା ବେଳେ ସେଥିମଧ୍ୟରୁ କିଛି ହସ୍ତଶିଳ୍ପ ତିଆରି ଜିନିଷ ଆଜିର ଏହି ଉତ୍କଳିକା କର୍ପୋରେଟ ଫେୟାର ମାଧ୍ୟମରେ ପଦର୍ଶନ କରାଯାଇଥିଲା।ଆଜିର ଏହି କଯ୍ୟକ୍ରମ ଆସିଷ୍ଟାଣ୍ଟ ଡାଇରେକଟର ସମିର ପାତ୍ରଙ୍କ ଦ୍ୱାରା ଉଦ୍ଘାଟନ କରାଯାଇଥିଲା।ଏହି ଉତ୍କଳିକା କର୍ପୋରେଟ ଫେୟାରରେ ଅନେକ ହସ୍ତଶିଳ୍ପ ଜିନିଷ କାରିଗର ମାନଙ୍କ ଦ୍ୱାରା ନିଜ ହାତରେ ତିଆରି କରାଯାଇଥିଲା। ଏହି ହସ୍ତଶିଳ୍ପ ତିଆରି ଜିନିଷ ସାଧାରଣ ଲୋକଙ୍କ ପାଖକୁ ପହଚାଇବା ଏହାକୁ ଲୋକପ୍ରିୟ କରିବା ସହିତ କାରିଗର ମନେ କିପରି ତାଙ୍କ ପରିଶ୍ରମ ଫଳ ପାଇଁ ପାରିବେ ଏବଂ ସେମାନଙ୍କ ହସ୍ତଶିଳ୍ପ ସାରା ଓଡିଶାବାସୀ ଏହାକୁ ବ୍ୟବହାର କରିବା ସହ ଏହାର ପ୍ରଶଂସା କରିବେ। ଆଜି ଏହି ଫେୟାର ରେ ଅନେକ ହସ୍ତଶିଳ୍ପ ଜିନିଷ ରହିଥିଲା ଯେପରି ପାଟ, ଖଣ୍ଡୁଆ ପାଟ, କୋଟନ ଜିନିଷ, ଶଙ୍ଖ, ସାମୁଦ୍ରିକ ଜିନିଷ, ସିଙ୍ଘ ରେ ତିଆରି ଜିନିଷ, ସମ୍ବଲପୁରି ସାଡ଼ି,ରୁପା ତିଆରି ଅନେକ ଆକର୍ଷଣୀୟ ଜିନିଷ, ଚାନ୍ଦୁଆ ଭଳି ଅନେକ ହାତ ତିଆରି ଜିନିଷ ଏହି ଫେୟାର ରେ ଦେଖିବାକୁ ମିଳିଥିଲା ଯାହା ଗ୍ରାହକ ମାନଙ୍କୁ ବେଶ ଆକର୍ଷଣ କରିଥିଲା। ଲୋକେ କିପରି ସ୍ବଦେଶୀ ଜିନିଷ ପ୍ରତି ଆକୃଷ୍ଟ ହେବେ ଓ ହାତ ତିଆରି ଜିନିଷ ବ୍ୟବହାର କରିବେ ତାହା ହିଁ ଏହି ଉତ୍କଳିକା କର୍ପୋରେଟ ଫେୟାରର ଲକ୍ଷ୍ୟ ରହିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ