ଇଗ୍ନୋ ବିଇଡି କର୍ମଶାଳା ଉଦଯାପିତ
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ବାର ଦିନ ଧରି ସ୍ଥାନୀୟ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଚାଲିଥିବା ଇଗ୍ନୋ ବିଇଡି ଦ୍ୱିତୀୟ ବର୍ଷ ଛାତ୍ର ଛାତ୍ରୀଙ୍କ କର୍ମଶାଳା ଉଦଯାପିତ ହୋଇଯାଇଛି. ସହକାରୀ ପ୍ରଫେସର ଡକ୍ଟର ଚିତ୍ରସେନ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଯାପନୀ ସଭାରେ ଡକ୍ଟର ସରୋଜ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜଣେ ଆଦର୍ଶ ମାଧ୍ୟ୍ୟମିକ, ଉଚ୍ଚ ମାଧ୍ୟମିକ ଶିକ୍ଷକ ହେବା ପାଇଁ ଉଚ୍ଚତର ଜ୍ଞାନ ଓ ଚରିତ୍ରର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ. ସହକାରୀ ପ୍ରଫେସର ରାଜକିଶୋର ରାଉଳ, ସନ୍ଦୀପ ସିଂ, ନବୀନ ନାଏକ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ. ପ୍ରକାଶ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିହିର ମହାନ୍ତ ସ୍ୱାଗତ ଭାଷଣ ଓ ବୀଣାପାଣି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ. ଏହି କର୍ମଶାଳାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଅଣପଚାଶ ଜଣ ଛାତ୍ର ଛାତ୍ରୀ ଯୋଗଦେଇଥିଲେ. ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ନୃତ୍ୟ, ସଂଗୀତ, ଡ୍ରାମା ପରିବେଷଣ କରିଥିଲେ.