ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧୋଇବାକୁ ଯାଇ ନିଖୋଜ ଥିବା ବ୍ଯକ୍ତିଙ୍କର ୩ ଦିନ ପରେ ଶବ ଉଦ୍ଧାର
କଳାହାଣ୍ଡି, (ଚିତ୍ତରଞ୍ଜନ ବିଷି): ଥୁଆମୂଳ ରାମପୁର ବ୍ଳକ ଇନ୍ଦ୍ରାବତୀ ଜଳଭଣ୍ତାର ସୃଷ୍ଟି ହେବା ପରଠାରୁ ଅନେକଙ୍କ ଜୀବନ ହାନି ଘଟିଚାଲିଛି। କାହାର ଡଙ୍ଗା ବୁଡିରେ ମୃତ୍ୟୁ ତୋ କାହାର ଗାଧେଇବାକୁ ଯାଇ ମୃତ୍ୟୁ ଘଟଣା ଏବେ ଭୟଭୀତର ବାତାବରଣ ସୃଷ୍ଟି କରିଥିବା ବେଳେ ଆଉ ଜଣେ ବ୍ଯକ୍ତି ଗାଧେଇବାକୁ ଯାଇ ପାଣିରେ ବୁଡି ନିଖୋଜ ଥିବା ସୂଚନା ମିଳିଥିଲା ଘଟଣାଟି ଘଟିଥିଲା କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନରେ ଥିବା ପାଡେପଦର ଗ୍ରାମ ପଞ୍ଚାୟତ ବେଣାଖମାର ଗ୍ରାମର ବ୍ରଜ ମାଝୀ (୪୬) ଗତ ତା ୨୭/୦୨ /୨୦୨୫ ରିଖ ଶୁକ୍ରବାର ଦିନ ଅପରାହ୍ନ ୨.୩୦. ସମୟରେ ନିକଟରେ ଥିବା ଇନ୍ଦ୍ରାବତୀ ଜଳ ଭଣ୍ଡାରକୁ ଗାଧେଇବାକୁ ଯାଇ ଆଉ ଘରକୁ ଫେରିନଥିବା ଜାଣି ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ହେଲେ ସନ୍ଧାନ ପାଇଲେ ନାହିଁ। ହେଲେ ଅନୁମାନ କରାଯାଉଥିଲା ଯେ ବ୍ରଜ ମାଝୀ ବୋଧହୁଏ ଗାଧେଇବା ସମୟରେ ଅଜାଣତରେ ତାଙ୍କର ଗୋଡ ଖସି ଯିବା ଫଳରେ ଗଭୀର ଜଳ ଭିତରକୁ ଚାଲିଯାଇଥିଲେ, ଜୀବନ ବିକଳରେ ସେ କୂଳକୁ ଫେରିବା ପାଇଁ ବହୁ ଚେଷ୍ଟା କରିଥିବେ କିନ୍ତୁ ସେ ଆଉ ବାହାରି ପାରିନଥିବେ, ଆହୁରି ଆହୁରି ଗଭୀର ଜଳକୁ ଚାଲିଯାଇଥିବେ ବୋଲି ସନ୍ଦେହ କରିଥିଲେ ପରିବାର ଲୋକେ । ଉକ୍ତ ଘଟଣା ଗ୍ରାମର ଲୋକେ ଜାଣିବା ପରେ ପାଡେପଦର ପଞ୍ଚାୟତ ସମିତି ସଭ୍ୟ ମୋହନ ସାଗର ଙ୍କ ସହିତ ଯୋଗାଯୋଗ କରିବା ପରେ ଶ୍ରୀ ସାଗର ଥୁଆମୁଳ ରାମପୁର ଥାନାଧିକାରୀ ଏବଂ ଥୁଆମୁଳ ରାମପୁର ଅଗ୍ନିଶମ ବାହିନୀଙ୍କୁ ଖବର ଦେଇଥିଲେ, ଖବର ପାଇ ଥିଆମୁଳ ରାମପୁର ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଜଳଭଣ୍ତାରରୁ ଶବ ଉଦ୍ଧାର କାର୍ଯ୍ଯରେ ନିୟୋଜିତ ରହିଥିଲେ, ମହୁଲ ପାଟଣା ଫାଣ୍ଡି ଅଧିକାରୀ ଭୀମସେନ ଦଣ୍ଡସେନାଙ୍କ ତତ୍ବାବଧାନରେ ଏହି ଉଦ୍ଧାର କାର୍ଯ୍ଯ ଜାରି ରହିଥିବା ବେଳେ ଥୁଆମୁଳ ରାମପୁର ଥାନା ଅଧିକାରୀ କୈବଲ୍ଯ ସେଠ ଓ ତହସିଲଦାର ନୀରୋଜ କୁମାର ଭତ୍ରା ମଧ୍ୟ ଏହି ଘଟଣା ଉପରେ ନଜର ରଖିଥିଲେ। ତେବେ ନିଖୋଜର ୩ ଦିନ ପରେ ତା ୦୧/୦୩/୨୦୨୫ ରିଖ ଶନିବାର ଦିନ ଶବ ଉଦ୍ଧାର ହେଲା। କିନ୍ତୁ ଥୁଆମୁଳ ରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ଯିବ କେମିତି ଏହା ଏକ ସମସ୍ୟା ରହିଥିଲା, ଏହାର ସମାଧାନ ବାଟ ଖୋଲି ଦେଲେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ ସାଙ୍ଗେ ସାଙ୍ଗେ କଳାହାଣ୍ଡି ଜିଲ୍ଲା ସାଂସଦ ମାଲବିକା ଦେଓ ଙ୍କ ସହ ଯୋଗାଯୋଗ କରିଥିଲେ, ସାଂସଦ ଶ୍ରୀମତୀ ଦେଓ ଏକ ଆମ୍ବୁଲାନ୍ସ ବ୍ଯବସ୍ଥା କରିଥିଲେ, ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ବ୍ଯବଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଟୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା ସେଠାରେ ବ୍ଯବଛେଦ ହେବା ପରେ ଏନେଇ ଏକ ଅପମୃତ୍ଯୁ ମାମଲା ଋଜୁ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ପୁଲିସ। ଏଥିରେ ସାଂସଦ ବ୍ଳକ ପ୍ରତିନିଧି ପବିତ୍ର ନାଏକ, ବରିଷ୍ଠ ବିଜେପି ନେତା ବାଜ୍ରା ଭୋଇ, ବରିଷ୍ଠ ବିଜେପି ନେତା ବିପିନ୍ ବିହାରୀ ନାଏକ, ବିଜେପି କର୍ମୀ ପୁଷ୍ପ ନାଏକ ପ୍ରମୁଖ ଉପସ୍ଥିତ ରହି ସହଯୋଗର ହାତ ବଢାଇ ଯୋଗୁଁ ଅଞ୍ଚଳରେ ସାଧୁବାଦ ଜଣାଇଥିବା ଜଣାପଡିଛି।