ଇଲେକ୍ଟ୍ରୋନିକ୍ସ ଦୋକାନରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଧୂଷୁରୀ ଥାନା ଅଧୀନ ଧୂଷୁରୀ ବଜାରରେ ଥିବା ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବୁଧବାର ରାତ୍ର ସାଢେ ଦଶଟାରେ ଅଗ୍ନିକାଣ୍ଡ ଘଟି ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇ ଯାଇଛି । ମିଳିଥିବା ସୂଚନା ଅନୁସାରେ ବ୍ୟବସାୟୀ ମିଲୁ ମଲ୍ଲିକ ସବୁଦିନ ପରି ଦୋକାନ ବନ୍ଦକରି ନିଜ ଘରକୁ ଚାଲି ଯାଇଥିଲେ । କିଛି ସମୟ ପରେ ଦୋକାନରେ ନିଆଁ ଜଳୁଥିବା ବଜାରରେ ଥିବା ଅନ୍ୟ ବ୍ୟବସାୟୀ ଦେଖିବାକୁ ପାଇଥିଲେ । ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ହୋଇଥିଲେବି ଅଗ୍ନିକାଣ୍ଡକୁ ରୋକା ଯାଇ ପାରିନଥିଲା । ଧାମନଗରରୁ ଦମକଳ ବାହିନୀ ଆସି ପହଞ୍ଚିଲା ବେଳକୁ ସବୁକିଛି ପୋଡି ପାଉଁଶ ହୋଇ ଯାଇଥିଲା । ଅଗ୍ନିକାଣ୍ଡର କାରଣ ଜଣା ପଡିନଥିଲେ ବି ବିଦ୍ୟୁତ ସର୍ଟ ଶର୍କିଟ ଯୋଗୁଁ ଏହା ଘଟିଥିବା ଜଣା ପଡିଛି । ଧୂଷୁରୀ ନିକଟବର୍ତ୍ତୀ ସାଆଁଳପୁର ପଡିଆରେ ଦମକଳ କେନ୍ଦ୍ର ଖୋଲିବାକୁ ଅଞ୍ଚଳବାସୀ ଦୀର୍ଘଦିନ ଦାବି କରି ଆସୁଥିଲେ ବି ଏପର୍ଯ୍ୟନ୍ତ ତାହା ପୂରଣ ନହେବାରୁ ଅଞ୍ଚଳ ବାସୀ ଏଭଳି ଦୁର୍ଦ୍ଦଶା ଭୋଗ କରୁଛନ୍ତି ବୋଲି ମତ ପ୍ରକାଶ ପାଇଛି ।