ଉଗ୍ରତାରା ଦେବୀଙ୍କ ଙ୍କ ପୀଠ ରେ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):ଭୁଷୁଣ୍ଡପୁର ସ୍ଥିତ ଉଗ୍ରତାର ଦେଵୀ ଙ୍କ ପୀଠ ରେ ଏକ ବନ୍ଧୁ ମିଳନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କାଳି ଘଡ଼ି ର ପ୍ରଦୀପ ଯୁଥ କ୍ଲବ ଓ ଵିଜୟ ବିହାର ର ପୂଣ୍ୟତୋୟା ଦୟା ଫାଉଣ୍ଡେସନ ର ସଦସ୍ୟ ମାନେ ଏହି କାର୍ଯ୍ୟ କ୍ରମରେ ଯୋଗଦାନ୍ କରିଥିଲେ।ନୁତନ ବର୍ଷ କୁ ଅଭିନନ୍ଦନ ଜଣାଇବା ସହିତ ବର୍ଷ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଚର୍ଚ୍ଚା କରାଯାଇଥିଲା। ଏହି ଅବସରରେ ବଣ ଭୋଜି ଆୟୋଜିତ ହୋଇଥିଲା। ସମସ୍ତେ ଏକାଠି ବସି ଭୋଜନ କରିଥିଲେ।ବିଭିନ୍ନ ପରିବାର ରୁ ଆସିଥିବା ସଦସ୍ୟ ମାନେ ସୁଖଦୁଃଖ ବାଣ୍ଟିବା ସହିତ ଭାଵଵିନିମୟ କରିଥିଲେ। ସମସ୍ତେ ମିଶି ମାଁ ଙ୍କ ପାଖରେ ପୂଜା ଅର୍ଚ୍ଚନା କରିବା ସହିତ ବର୍ଷ ଟି ଭଲରେ କଟୁ ବୋଲି ଶୁଭ ମନାସି ଥିଲେ।ଚୁପୁରିଙ୍ଗ ପଂଚାୟତ ର ପୂର୍ବତନ ସରପଂଚ ଲକ୍ଷ୍ମୀପ୍ରିୟା ରାଉତରାୟ, ଯୁବନେତା ତଥା ସମାଜସେବୀ ଦିଲ୍ଲିପ କୁମାର ରାଉତରାୟ, ଵିନୋଦ ପାହାନ୍ତାସିଂହ, ସଂଜୟ ପ୍ରଧାନ,ଦେବରାଜ ରାଉତରାୟ, ପ୍ରକାଶ ଜୟସିଂହ , ପ୍ରେମାନନ୍ଦ ମାର୍ଥା, ସୁଶ୍ରୀ ଶୁଭଶ୍ରୀ ରାଉତରାୟ, ଓମ୍ ପ୍ରସାଦ ରାଉତରାୟ, ଆଞ୍ଜଳୀ ସାହୁ, ବିଦ୍ୟୁତପ୍ରଭା ସାହୁ,ଅଭିପ୍ସା ପାହାନ୍ତା ସିଂହ, କାଞ୍ଚନବାଳା ରାଉତରାୟ,ଗୁଗୁ ଓ ବାବୁ ପ୍ରମୁଖ ଯୋଗଦାନ କରିଥିଲେ।