ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକୋତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିସର ରେ ନବନିର୍ମିତ ସୁଲୋଚନା ଦାଶ ବିଜ୍ଞାନାଗାର ଗୃହ ଓ ବାୟୁସେନା ମଣ୍ଡପ ଉଦଘାଟନ ହୋଇଥିଲା।ବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ବାର୍ଷିକୋତ୍ସବ ରେ ଅତିଥି ଭାବେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ପୁରୀ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ,ନିମାପଡା ମଣ୍ଡଳ ଶିକ୍ଷା ଅଧିକାରୀ ଦ୍ଵିତୀକାନ୍ତ ପ୍ରଧାନ, ପୁରାତନ ଛାତ୍ର ବିଜୟ କୁମାର ଦାଶ ଓ ଭାସ୍ୱାନ ପ୍ରକାଶ ତ୍ରିପାଠୀ, ସାଂସଦ ଙ୍କ ନିମାପଡ଼ା ବ୍ଲକ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ଓଝା,୨୧ ନଂ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ନାୟକ, ତୁଳସୀପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ସମିତି ସଭ୍ୟା ଝରଣା ସାହୁ, ସି ଆର ସି ସି ରବୀନ୍ଦ୍ର କୁମାର ତ୍ରିପାଠୀ, ବିଦ୍ୟାଳୟ ର ଆଲୁମିନ କମିଟି ସଭାପତି ପ୍ରଫେସର ଗୋପୀନାଥ କର, ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସିପ୍ରା ଦାଶ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟ ପକ୍ଷରୁ ପୁରାତନ ଛାତ୍ର ବିଜୟ ଓ ଭାସ୍ଵାନ, କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସହକାରୀ ଶିକ୍ଷକ ତ୍ରିଲୋଚନ କର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷୟତ୍ରୀ ମମତା ମୟୀ ମିଶ୍ର ବାର୍ଷିକ ବିବରଣୀ ପଠନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ