ଉତ୍ତମ ଓ ଗୁଣାତ୍ମକ ଶିକ୍ଷା ଦାନ ନିମନ୍ତେ ଛତ୍ରପୁର ର ୟୁରୋ ସ୍କୁଲ ସମ୍ମାନିତ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଆଧୁନିକ, ଗୁଣାତ୍ମକ ଓ ଉନ୍ନତ ମାନର ଶିକ୍ଷା ଦାନ ସହିତ ସାମାଜିକ କାର୍ଯ୍ୟ କରି ଅଭିଭାବକ ଏବଂ ବିଦ୍ୟାର୍ଥୀ ଙ୍କ ପ୍ରିୟ ଭଜନ ହୋଇଥିବା ଛତ୍ରପୁର ର ଅଗ୍ରଣୀ ଶିକ୍ଷାନୁଷ୍ଠାନ ୟୁରୋ ସ୍କୁଲ ଜିଲ୍ଲା ସ୍ତରରେ ସମ୍ମାନିତ ହୋଇଛନ୍ତି, ଏହି ପରିପ୍ରେକ୍ଷୀ ରେ ବ୍ରହ୍ମପୁର ସ୍ଥିତ ସରକାରୀ ଆଇଟି ଆଇ ଅଡଟୋରିୟମ ହଲ ଠାରେ ଅନୁଷ୍ଠିତ କଳିଙ୍ଗ ମହୋତ୍ସବ ରେ ସ୍କୁଲ ର ମୁଖ୍ୟ ପୃଷ୍ଠ ପୋଷାକ ସସ୍ମିତା ମହାପାତ୍ର ଙ୍କୁ ଉପ ଢୌକନ ସହ ମାନ ପତ୍ର ଦେଇ ସମ୍ମାନିତ କରାଯାଇଛି, ଏହି ଅବସର ରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ,, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବରିଷ୍ଟ ସାମ୍ବାଦିକ ତଥା କଳିଙ୍ଗ ମହୋତ୍ସବ କମିଟିର ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ, ଖ୍ୟାତନାମା ଉଦଘୋଷକ ହୃଷୀକେଶ ପାଣିଗ୍ରାହି, ଲୋକ ସେବକ ମଣ୍ଡଳ ର ଆଜୀବନ ସଦସ୍ୟ ରାଜେନ୍ଦ୍ର କୁମାର ଜେନା ଏବଂ ମାନ୍ୟ ଗଣ୍ୟ ଅତିଥି ମାନେ ମୁଖ୍ୟ ପୃଷ୍ଠ ପୋଷକ ଶ୍ରୀ ମହାପାତ୍ର ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ, ଦା ନ୍ୟୁ ଏଜ ୟୁରୋ ସ୍କୁଲ ସର୍ବଦା ବିଦ୍ୟାର୍ଥୀ ଙ୍କ ଉତ୍ତମ ଶିକ୍ଷାଦାନ ପାଇଁ ତତ୍ପରତା ପ୍ରକାଶ କରିଛି l ବିଦ୍ୟାର୍ଥୀ ଙ୍କ ପାଇଁ ଉତ୍ତମ ଭିତ୍ତିଭୂମି ସାଙ୍ଗକୁ ଅଭିଜ୍ଞ ଶିକ୍ଷକ/ ଶିକ୍ଷୟତ୍ରୀ ମାନଙ୍କୁ ନିଯୁକ୍ତି କରିଛି l ଯାହା ଫଳରେ ବିଦ୍ୟାର୍ଥୀ ମାନେ ଉତ୍ତମ ଶିକ୍ଷାଦାନ ପାଇପାରୁଛନ୍ତି l ଏଣୁ ଏହି ସ୍କୁଲକୁ ସମ୍ମାନିତ କରାଯାଇଥିବା ସୂଚନା ମିଳିଛି l ଏନେଇ ସ୍କୁଲ କୁ ବିଭିନ୍ନ ମହଲ ରୁ ଶୁଭେଚ୍ଛା ସୁଅ ଛୁଟିଛି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ