ଉତ୍ସାହ ଓ ଉଦ୍ଦୀପନାର ସହ ଆସିକାରେ ଆନନ୍ଦର ପର୍ବ ହୋଲି ପାଳିତ

ଆସିକା, (ୱାଇଏନ୍‍ଏସ୍‍):ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଆନନ୍ଦର ପର୍ବ ହୋଲି ଶାନ୍ତିଶୃଙ୍ଖଳାର ସହ ପାଳିତ ହୋଇଯାଇଛି । ଆସିକାର ପୂର୍ବତନ ବିଧାୟିକା ମଂଜୁଳା ସ୍ୱାଇଁ, ଗଞ୍ଜାମ ଜୋନ୍‍ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲୀପ କୁମାର ପାଣିଗ୍ରାହୀ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା, ଆସିକା କେନ୍ଦ୍ର ବହୁମୁଖୀ ସମବାୟ ସମିତିର ଲିଃର ସଭାପକି କାର୍ତ୍ତିକେଶ୍ୱର ପରିଡା ଓ ପରିଚାଳନା ପରିିଷଦର ସଦସ୍ୟ ଇଂ ସଚ୍ଚିଦାନନ୍ଦ ରାଉତ, ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରା, ଯୁବ ବିଜେଡି ନେତା ଶିବ ନାହାକ, ବ୍ଳକ ଅଧ୍ୟକ୍ଷା ତ୍ରିବେଣୀ ନାହାକ, ବିଜେଡି ନେତା ଏମ୍‍.ତାରିଣୀ ସେନାପତି, ପୂର୍ବତନ ବିିଧାୟକ ଦେବରାଜ ମହାନ୍ତି, ଆସିକା ଏନ୍‍ଏସିର ପୂର୍ବତନ କାଉନସିଲର ରବିନ୍ଦ୍ରନାଥ ପୋଲାଇ, ବରିଷ୍ଠ ଆଇନଜୀବୀ ଅଜିତ୍‍ କୁମାର ଚୌଧୁରୀ, ରାଘବ କୁମାର ନାହାକ, ଆସିକା ଟ୍ରକ ମାଲିକ ସଂଘର ସଭାପତି ନିଗମାନନ୍ଦ ମହାନ୍ତିଙ୍କ ସମେତ ବହୁ ଜଣାଶୁଣା ଆଗଧାଡିର ନେତାଙ୍କ ବାସଭବନରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତି ପହଞ୍ôଚ ହୋଲିର ଶୁଭକାମନା ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ଆନନ୍ଦର ପର୍ବ ହୋଲି ଅବସରରେ ଆସିକାର ବିଭିନ୍ନ ସଂଗଠନ ପକ୍ଷରୁ ସହରବାସୀଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚିନ୍ତାଧାର ଜାଗ୍ରତ କରିବା ପାଇଁ ଠାକୁରଙ୍କ ଅବିର ଲଗାଇ ଭଜନ କୀର୍ତ୍ତନ କରି ନଗର ପରିକ୍ରମା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । କୌଣସି ପ୍ରକାର ଅପ୍ରିତୀକର ପରିସ୍ଥିତିକୁ ଏଡାଇବା ଲାଗି ଆସିକା ଉପଖଣ୍ଡ ପୋଲିସ୍‍ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ ପୋଲିସ ପ୍ରଶାସନ ପକ୍ଷରୁ ଆସିକା ଓ କୋଟିନଡା ଥାନା ପରିସରଭୁକ୍ତ ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଥିବା ଦେଖିବାକୁ ମିଳିଥିଲା । ଆନନ୍ଦର ପର୍ବ ହୋଲି ଅବସରରେ ଆସିକା ଏନ୍‌ଏସି ପରିସରଭୁକ୍ତ ବିଭିନ୍ନ ସାହିବସ୍ତିର ଯୁବପିଢୀ ମାନେ ଡିଜେ ସାଉଣ୍ଡ୍‌ର ତାଳେ ତାଳେ ନାଚଗୀତରେ ମସ୍‌ଗୁଲ ହୋଇ ହୋଲି ଉତ୍ସବ ପାଳନ କରିଥିବା ଦେଖିବାକୁ ମିଳିଥିଲା । ପ୍ରେମ, ଆନନ୍ଦ ଓ ପରକୁ ଆପଣାର କରିବାର ପର୍ବ ହୋଲି ଅବସରରେ ଆସିକା ଅଞ୍ଚଳର ଗାଁଠୁ ସହର ପର୍ଯ୍ୟନ୍ତ ଉତ୍ସାହର ମହୋଲ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ