ଉଧାର ଟଙ୍କା ମାଗିବାରୁ ଆକ୍ରମଣରେ ଗୋଟିଏ ଚକ୍ଷୁ ନଷ୍ଟ

ପୋଲସରା,(ଅନିଲ କୁମାର ମହାରଣା): ପୋଲସରା ଥାନା ଅନ୍ତର୍ଗତ ବଡ଼ ପଙ୍କଳବାଡି ଗ୍ରାମର ରମୁଣି ସାହିର କେ.ସୁଧାଂଶୁ ପାତ୍ରଙ୍କୁ ସେହି ସାହିର ପପୁ ମହାପାତ୍ର ଓ ଜଗନ ସାହୁ ଫିଙ୍ଗରସ ବକଲସରେ ଆକ୍ରମଣ କରିବା ଦ୍ବାରା ତାଙ୍କର ବାମ ଆଖି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଏନେଇ ପୋଲସରା ପୋଲିସ ଥାନା କେଶ ନଂ ୫୭୫/୨୪ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି। ଅଭିଯୋଗ ପ୍ରକାରେ କେ.ସୁଧାଂଶୁ ପାତ୍ରଙ୍କ ଠାରୁ ପପୁ ମହାପାତ୍ର ୦୨/୧୦/୨୪ ତାରିଖ ଦିନ ୫୬୦୦ ଟଙ୍କା ନେଇଥିଲେ। କେ.ସୁଧାଂଶୁ ପାତ୍ର ୦୮/୧୦/୨୪ ତାରିଖ ଦିନ ସେହି ଧାର ଟଙ୍କା ପପୁ ମହାପାତ୍ରଙ୍କୁ ମାଗିବାରୁ ପପୁ ମହାପାତ୍ର ଓ ଜଗନ ସାହୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଫିଙ୍ଗରସ ବକଲସ ଦ୍ୱାରା ଶ୍ରୀ ପାତ୍ରଙ୍କ ବାମ ଆଖିକୁ ଆକ୍ରମଣ କରିଥିଲେ। ଯାହାଫଳରେ ଆଖିରେ ଗୁରୁତର ଆଘାତ ଲାଗିଥିଲା। ସୁଧାଂଶୁ ପ୍ରଥମେ ପୋଲସରା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ଯାଇଥିଲେ। ସେଠାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଯାଇଥିଲେ। ଚିକିତ୍ସା ପରେ ସୁଧାଂଶୁ ଫେରିଥିବା ବେଳେ ଅକ୍ଟୋବର ୧୯ ତାରିଖ ଦିନ ପୋଲସରା ପୋଲିସ ଥାନାରେ ପହଞ୍ଚି ଆଖିର ଅବସ୍ଥା ବିଷୟରେ ଡାକ୍ତରୀ ରିପୋର୍ଟ ପ୍ରଦାନ କରିବା ସହ ଅଭିଯୁକ୍ତମାନଙ୍କୁ କଠୋର ଦଣ୍ଡ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ