ଉର୍ଜା ଦିବସରେ ପ୍ରଥମ ହେଲେ ରୁଦ୍ରରୂପା

ଚିକିଟୀ, (ପୁଷ୍ପାଞ୍ଜଳି ମିଶ୍ର),ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଏବଂ ନେହୁରୁ ଯୁବ କେନ୍ଦ୍ର ମିଳିତଭାବେ ଛତ୍ରପୁର ଠାରେ ଗତକାଲି ଅନୁଷ୍ଠିତ ହୋଇ ଥିବା ଊର୍ଜା ଦିବଶ୍ରାରେ ଚିକିଟୀ ର ରୁଦ୍ର ରୂପା ବ୍ରହ୍ମା ସଫଳ ହୋଇଛନ୍ତି।ପ୍ରତିବର୍ଷ ଜାନୁଆରୀ ବାର ତାରିଖରେ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତିଥିକୁ ଯୁବ ଉର୍ଜା ଦିବସ ଭାବେ ପାଳନ ହେଉଛି । ଚଳିତବର୍ଷ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡିଶା ସରକାର ଓଡିଶାର ସମସ୍ତ ଯୁବ ଛାତ୍ର ଛାତ୍ରୀଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଏବଂ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିଛନ୍ତି । ଗଞ୍ଜାମ ଜିଲ୍ଲାରେ ୧୫ ବର୍ଷରୁ ୨୯ ବର୍ଷ ମଧ୍ୟରେ ରହିଥିବା ସମସ୍ତ ଯୁବ ଛାତ୍ର ଛାତ୍ରୀ ଗତକାଲି ଜିଲ୍ଲା ସଂସ୍କୃତି ଭବନ ଛତ୍ରପୁର ଠାରେ ଜିଲ୍ଲା ସ୍ତରରୀୟ ଲୋକକଳା ମହୋତ୍ସବ, ଲୋକ ସଙ୍ଗୀତ, ଲୋକ ନୃତ୍ୟ, ବକ୍ତୃତା, ହିନ୍ଦୀ ଏବଂ ଇଂରାଜୀରେ କବିତା ଲିଖନ, ବିଜ୍ଞାନ ମେଳା, ଫଟୋସୁଟ ପ୍ରଭୃତି ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଭବନ , ଛତ୍ରପୁର ଠାରେ ଆୟୋଜନ ହୋଇ ଥିଲା । ଏଥିରେ ଚିକିଟୀ ବ୍ଲକ ପିତାତଳି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ରୁଦ୍ରରୂପା ବ୍ରହ୍ମା ଇଂରାଜୀ କବିତା ଲେଖି ପ୍ରଥମ ସ୍ଥାନରେ ରହି ଯୁବ ପୁରସ୍କାର ଅତିଥୀଙ୍କ ଠାରୁ ଗ୍ରହଣ କରିଛନ୍ତି । ସେ ଆସନ୍ତା ରାଜ୍ୟ ଯୁବ କବି ସମ୍ମିଳନୀରେ ଯୋଗଦେବାକୁ ବିବେଚିତ ହୋଇଛନ୍ତି । ଏଥିପାଇଁ ତାଙ୍କ ବିଭିନ୍ନ ମହଲରୁ, ବିଦ୍ୟାଳୟକୁ ଏବଂ ବାପା ମାଆଙ୍କ ପାଖକୁ ବହୁ ବ୍ୟକ୍ତି ଶୁଭେଚ୍ଛା ପ୍ରଦାନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ