ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ରେ ସମ୍ମାନୀତ ହେଲେ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଶ୍ରୀୟାଶ୍ରୀ ପତି

ଭୁବନେଶ୍ଵର,(ୱାଇଏନଏସ):ଓଡିଶାର ଲୋକପ୍ରିୟ ନୃତ୍ୟ ଓଡିଶୀ। ଖାଲି ଓଡିଶା, ନୁହେଁ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ଏବେ ଏହି ନୃତ୍ୟ ବେଶ୍ ଲୋକପ୍ରିୟତା ହାସଲ କରିଛି। ଏହି ନୃତ୍ୟ କେବଳ ଗୋଟେ ନୃତ୍ୟ ନୁହେଁ ଏହା ଏକ ସାଧନା। ଆଉ ଏହି ସାଧନା କରୁଥିବା ନୃତ୍ୟଶିଳ୍ପୀ ମାନେ ନିଜର ନୃତ୍ୟ ମାଧ୍ୟମରେ ବିଭିନ୍ନ ଭଙ୍ଗୀ ପ୍ରଦର୍ଶନ କରିଥାନ୍ତି। ଦୀର୍ଘ ବହୁ ବର୍ଷ ହେଲା ଏହି ନୃତ୍ୟ ସାଧନା କରି ଚର୍ଚ୍ଚାରେ ଭୁବନେଶ୍ଵରର ଝିଅ ଅନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀୟାଶ୍ରୀ ପତି।ଅନ୍ତର୍ଜାତିକ ନୃତ୍ୟଶିଳ୍ପୀ ଶ୍ରୀୟାଶ୍ରୀ ପତିଙ୍କୁ ଓଡ଼ିଶା ର ଅଗ୍ରଣୀ ସଂଗଠନ ହାପି ମୁମେଣ୍ଟସ୍ ତରଫରୁ ଆୟୋଜିତ ଆନ୍ତର୍ଜାତିକ ପୁରସ୍କାର ସମାରୋହ ରେ ଏକାମ୍ର ପ୍ରତିଭା ରତ୍ନ ସମ୍ମାନ ରେ ସମ୍ମାନୀତ କରାଯାଇଛି। କାର୍ଯ୍ୟକ୍ରମ ଟି ଓଡ଼ିଶା ରାଜଧାନୀ ଭୁବନେଶ୍ଵର ସ୍ଥିତ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହ,ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଅର୍ଜ୍ଜୁନ ପୁରସ୍କାର ପ୍ରାପ୍ତ ମିନତୀ ମହାପାତ୍ର, ହାପି ମୁମେଣ୍ଟସ୍ ଇଣ୍ଡିଆ ର ମୁଖ୍ୟ ରାଜେନ୍ଦ୍ର ପଣ୍ଡା, ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସମ୍ମାନିତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ