ଏଚ ଡି ଏଫ ସି ବ୍ୟାଙ୍କ ପକ୍ଷରୁ ବାଙ୍ଗୋର ସେବା ସମବାୟ ସମିତିରେ ରକ୍ତଦାନ ଶିବିର ଅନୁଷ୍ଠିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବାଙ୍ଗୋର ସେବା ସମବାୟ ସମିତିରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଏଚ ଡି ଏଫ୍ ସି ବ୍ୟାଙ୍କ ଆନନ୍ଦପୁର ଶାଖା ପକ୍ଷରୁ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ହାଟଡ଼ିହି କେସିସି ବ୍ୟାଙ୍କ ର ଶାଖା ପରିଚାଳକ ରଶ୍ମି ରଞ୍ଜନ ଜେନା, ସମିତିର ସଭାପତି ବିଶ୍ୱଜିତ୍ ରାଉତ, ସମାଜସେବୀ ରଘୁନାଥ ପରିଡ଼ା, କମଳାକାନ୍ତ ମହାରଣା, ଚତୁର୍ଭୁଜ ରାଉତ ପ୍ରମୁଖ ଉଦଘାଟନ କରିଥିଲେ। ଏହି ଶିବିରରୁ ମୋଟ ୩୬ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏଚ ଡି ଏଫ୍ ସି ବ୍ୟାଙ୍କର ଅପରେସନ ମ୍ୟାନେଜର ସଂଜୀବ କୁମାର ସାହୁ, ସମିତିର ସମ୍ପାଦକ ସୁଶାନ୍ତ ମହାରଣା , କର୍ମଚାରୀ ବିକାଶ ସାହୁ , ଶ୍ରୀକାନ୍ତ ସାହୁ , ଗୋପାଳ କୃଷ୍ଣ ପତି , ଯୁବ ସମାଜସେବୀ ଅକ୍ଷୟ ସାହୁ , ରତିରଞ୍ଜନ ରାଉତ ପ୍ରମୁଖ ଶିବିର ପରିଚାଳନା କରିଥିଲେ।