ଏଥର ବଜେଟ୍ ସର୍ବସ୍ପର୍ଶୀ ଏବଂ ଐତିହାସିକ ବଜେଟ- ମନ୍ତ୍ରୀ
ନବରଙ୍ଗପୁର,(ୱାଇଏନଏସ): ଭାରତ ସରକାର ଓ ଓଡିଶା ସରକାରଙ୍କ ବଜେଟ୍ ସର୍ବସ୍ପର୍ଶୀ ଓ ଦୂରଦର୍ଶୀ ସମ୍ପନ୍ନ ଏବଂ ଐତିହାସିକ ବଜେଟ୍ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିଜେପି ପକ୍ଷରୁ ଆୟୋଜିତ ବଜେଟ୍ ସଂପର୍କିତ ବୃଦ୍ଧିଜୀବୀ ସମାବେଶରେ ଯୋଗଦେଇ ଏହା କହିଛନ୍ତି ମନ୍ତ୍ରୀ। ୨୦୪୭ରେ ବିକଶିତ ଭାରତ ଓ ୨୦୩୬ରେ ବିକଶିତ ଓଡିଶାକୁ ବାସ୍ତବ ରୂପ ଦେବା ପାଇଁ ଏବଂ ଶୀର୍ଷରେ ପହଞ୍ଚାଇବା ସହିତ ସ୍ୱାବଲମ୍ବୀ କରିବା ଲକ୍ଷ୍ୟ ରହିଛି । ଏଥି ପାଇଁ ବଜେଟ୍ ରେ ମଞ୍ଜୁର ହୋଇଥିବା ଅର୍ଥ ସାଧାରଣ ଜନତାଙ୍କ ପାଖକୁ ପହଞ୍ଚିବା ଦରକାର ସେଥିପାଇଁ ତୃଣମୁଳ ସ୍ଥରରେ ଲୋକଙ୍କ ଗହଣରେ ପହଞ୍ଚି ବଜେଟ୍ ସଂପର୍କ ଆଲୋଚନା କରାଯାଉଛି । ରାଜ୍ୟ ଏବଂ କେନ୍ଦ୍ର ରେ ଶାସିତ ବିଜେପି ସରକାର୍ ଉତ୍ତରଦାୟୀ ସରକାର ତେଣୁ ବଜେଟ୍ କୁ ନେଇ ବିରୋଧ ଦଳ ମାନଙ୍କର ମୁହଁ ବନ୍ଦ ହୋଇଯାଇଛି । ଓଡିଶାର ବିକାଶ ପାଇଁ ନୂଆ ଆଶା ସଂଚାର ହୋଇଛି ତେଣୁ ଏହି ବଜେଟ୍ ବିରୋଧିଙ୍କୁ ସମାଲୋଚନା କରିବା ବାଟ ବନ୍ଦ ହୋଇଯାଇଛି । ଏହି ବୁଦ୍ଧିଜୀବୀ ସମ୍ମିଳନୀ କାର୍ଯ୍ୟକ୍ରମରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତ୍ରା, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ତେଜେଶ୍ଵର ପରିଡା, ରମେଶ ସାହୁ ଜିଲ୍ଲା ସଭାପତି କୁଞ୍ଜବିହାରି ଦାସ ଯୋଗଦେଇ ବଜେଟ୍ ସଂପର୍କରେ ଆଲୋଚନା କରିଛନ୍ତି ।