ଏନଏସଏସ ୟୁନିଟ ୧ ଓ ୨ ପକ୍ଷରୁ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

ବୁଗୁଡା,(ଅନିଲ କୁମାର ମହାରଣା):ପିପୁଲସ କଲେଜର ରାଷ୍ଟ୍ରୀୟ ସେବା ଯୋଜନା, ୟୁନିଟ ୧ ଓ ୨ ପକ୍ଷରୁ ଅକ୍ଟୋବର ୯ ତାରିଖ ଦିନ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ଓ ଐତିହ ପୀଠ ବୁଦ୍ଧଖୋଲରେ “ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ସେବା ଯୋଜନା ୟୁନିଟ ୧ ଓ ୨ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଓ ଅଧ୍ୟାପିକା ସସ୍ମିତା ସାମନ୍ତରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ” ସ୍ଵଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଗକୁ କାର୍ତ୍ତିକ ମାସ ଥିବା ବେଳେ ପ୍ରତି ସୋମବାର ଦିନ ହଜାର ହଜାର ଶ୍ରଦ୍ଧାଳୁ ବୁଦ୍ଧଖୋଲର ପଞ୍ଚ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଜମାଇଥାନ୍ତି। ଏହି ପର୍ବ ପୂର୍ବରୁ ଏନଏସଏସ ୟୁନିଟ ୧ ଓ ୨ର ସ୍ୱେଚ୍ଛାସେବୀ ବୃନ୍ଦ ବୁଦ୍ଧଖୋଲ ପୀଠକୁ ଯିବାର ପାହାଚ ଗୁଡିକୁ ସଫା କରିଥିଲେ। ଏନଏସଏସ ସ୍ୱେଚ୍ଛାସେବୀଙ୍କ ଏହି ସେବା ମନବୃତ୍ତିକୁ ଦେଖି ବୁଦ୍ଧଖୋଲକୁ ଆସିଥିବା ପର୍ଯ୍ୟଟକ ବୃନ୍ଦ ଖୁସୀ ପ୍ରକଟ କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ