ଏନଏସଏସ ୟୁନିଟ- ୨ ର ସ୍ୱତନ୍ତ୍ର ଶିବିର ଉଦଯାପିତ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ – ୨ (ମହିଳା) ପକ୍ଷରୁ ଆୟୋଜିତ ଶୀତ କାଳୀନ ସ୍ୱତନ୍ତ୍ର ଶିବିର ଡିସେମ୍ବର ୩୧ ତାରିଖ ଦିନ ଉଦଯାପିତ ହୋଇଯାଇଛି। ଡିସେମ୍ବର ୨୫ ତାରିଖରୁ ଏନଏସଏସ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରାଙ୍କ ତତ୍ତ୍ୱାବଧାନରେ ସାତ ଦିନ ପାଇଁ ଏହି ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଥିଲା। ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିଲେ। ଏଥିରେ ଅତିଥି ଭାବେ ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ଅକ୍ଷୟ କୁମାର ସାହୁ, ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ସାହୁ ଓ ଜାତୀୟ ସେବା ଯୋଜନା ୟୁନିଟ- ୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଯୋଗଦେଇଥିଲେ। ପୋଷ୍ୟ ଗ୍ରାମ କତକଲା ର ବିଭିନ୍ନ ସମସ୍ୟା ବିଷୟରେ ସ୍ୱେଚ୍ଛାସେବୀ ବୃନ୍ଦ ନିଜର ଅନୁଭୂତି ପ୍ରକାଶ କରିଥିଲେ। ଅତିଥି ବୃନ୍ଦ ସେବାକାର୍ଯ୍ୟର ତାତ୍ପର୍ଯ୍ୟ ଓ ଉପକାରୀତା ବିଷୟରେ ବକ୍ତବ୍ୟ ପ୍ରଦାନ କରି ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ଉତ୍ସାହିତ କରିଥିଲେ। ଏହି ଅବସରରେ ସ୍ୱେଚ୍ଛାସେବୀ ବୃନ୍ଦଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ସମସ୍ତ ସ୍ୱେଚ୍ଛାସେବୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ