ଏନବିଟି ର ସମ୍ବଲପୁର ପୁସ୍ତକ ମେଳା ରେ ରହିବ ଦୁଇ ଶହ ଷ୍ଟଲ
ସମ୍ବଲପୁର, (ଲିପନ ନାଏକ):ପଠନ ସଂସ୍କୃତିର ପ୍ରୋତ୍ସାହନ ସକାଶେ ପାଠକ, ଲେଖକ ଓ ପ୍ରକାଶକମାନଙ୍କୁ ସମନ୍ୱିତ ମଞ୍ଚ ପ୍ରଦାନ ପାଇଁ ନ୍ଯାସନାଲ ବୁକ୍ ଟ୍ରଷ୍ଟ ,ଇଣ୍ଡିଆ ଆନୁକୂଲ୍ଯରେ ଆସନ୍ତାକାଲି ଠାରୁ ୨୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ସହରସ୍ଥିତ ପି.ଏଚ.ଡି. ପଡ଼ିଆ, ଅଇଁଠାପାଲି ଠାରେ ସମ୍ବଲପୁର ପୁସ୍ତକ ମେଳା ଆୟୋଜନ କରାଯାଇଛି।ଆସନ୍ତା ୧୮ ତାରିଖ ଅପରାହ୍ଣ ୫ଟା ୩୦ଟାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ।ଏଥିରେ ମୁଖ୍ଯ ଅତିଥି ଭାବରେ ଯୋଗଦେବେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନିତ ଅତିଥି ଭାବରେ ରାଜ୍ୟ ଗ୍ରାମ୍ଯ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ।ପିଲାଙ୍କ ଗତିବିଧି, ସାହିତ୍ଯ-ଅଧିବେଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏହି ମେଳାରେ ସମସ୍ତ ଙ୍କ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି।ଉଭୟ ପରିଚିତ ଓ ନୂତନ ସାହିତ୍ଯିକ ପରିଦୃଶ୍ୟକୁ କାହାଣୀ ଓ ବିଚାର ମାଧ୍ୟମରେ ଯୋଡ଼ୁଥିବା ନ୍ଯାସନାଲ ବୁକ୍ ଟ୍ରଷ୍ଟ ଆୟୋଜିତ ଏହି ମେଳାରେ ଯୋଗଦେବାକୁ ଏନବିଟି ର ନିର୍ଦ୍ଦେଶକ ଅଧିରାଜ ମଲ୍ଲିକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏଥିରେ ସହ ଆୟୋଜକ ସେତୁ ଅନୁଷ୍ଠାନ ର ସଭାପତି ଡ. ମୀନକେତନ ପାଠୀ ଉପସ୍ଥିତ ଥିଲେ । ଏନବିଟି ର ଏହା ସମ୍ବଲପୁର ଠାରେ ପୁସ୍ତକ ମେଳାର ଦ୍ୱିତୀୟ ସଂସ୍କରଣ ହେବ। ଏଥର ନଅ ଦିନଧରି ହେବାକୁ ଥିବା ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ଦୁଇ ଶହ ପ୍ରକାଶକ ଓ ଅନ୍ଯ ସଂସ୍ଥା ଅଂଶ ଗ୍ରହଣ କରିବେ । ପ୍ରତ୍ୟହ ବୌଦ୍ଧିକ ଆଲୋଚନାଚକ୍ର ଆୟୋଜନ କରାଯାଉଛି । ଏଥିରେ ଖ୍ୟାତି ପ୍ରାପ୍ତ କଥାକାର, ସାହିତ୍ୟିକ, ପ୍ରାବନ୍ଧିକ, ଶିକ୍ଷାବିତ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।ଶିଶୁ ମାନଙ୍କ ପାଇଁ ପୋଷ୍ଟର ଡିଜାଇନ, ବକ୍ତୃତା, ଓରିଗାମୀ ପ୍ରଭୃତି କୋଡିଏ ଟି କାର୍ଯ୍ୟକ୍ରମ ରଖାଯାଇଛି । ଦିନ ୧୧ଟାରୁ ରାତି ୯ଟା ପର୍ଯ୍ୟନ୍ତ ସର୍ବସାଧାରଣ ଙ୍କ ପାଇଁ ପୁସ୍ତକ ମେଳା ଉନ୍ମୁକ୍ତ ରହିବ। ମେଳା ପାଇଁ କୌଣସି ପ୍ରବେଶ ଶୁଳ୍କ ଛାଡ କରାଯାଇଛି । ପୁସ୍ତକ ମେଳାର ଉଦଘାଟନ ସଭାରେ ବିଧାୟକ ଜୟନାରାୟଣ ମିଶ୍ର, ପ୍ରସନ୍ନ ଆଚାର୍ଯ୍ଯ, ସୁଦର୍ଶନ ହରିପାଲ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି ।