ଏଫଏକ୍ୟୁ ମାନ କୋହଳ କରିବା ନିମନ୍ତେ ଦାବୀ : ପୂର୍ବ ବର୍ଷ ଭଳି ଧାନ କ୍ରୟ କରାଯାଉ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଲଗାଣ ବର୍ଷା ହେତୁ ଖରିଫ ଧାନ ଫସଲ କ୍ଷୟକ୍ଷତି ର ଭରଣା, ଧାନ ର ଏଫ ଏ କ୍ୟୁ ମାନ କୋହଳ, ଟୋକେନ ଅବଧି ବର୍ଦ୍ଧିତ ଦାବୀ ନେଇ ସୋମବାର ଛତ୍ରପୁର ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗ୍ରାମ ପଂଚାୟତ ର ବହୁ ଚାଷୀ ଏବଂ ଜନ ପ୍ରତିନିଧି ମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ର ଦ୍ୱାରସ୍ଥ ହୋଇଛନ୍ତି, ଏନେଇ ଏକ ସମ୍ବଳିତ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ )ସୁଧାଂଶୁ କୁମାର ଭୋଇ ଙ୍କୁ ଭେଟି ପ୍ରଦାନ କରିଛନ୍ତି, ଏହା ସହିତ ଚାଷୀ ମାନଙ୍କ ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ, ଧାନ କ୍ଷୟକ୍ଷତି ର ଆକଳନ କରି ତୁରନ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯାଉ, ରବି ଫସଲ ଯଥା -ମୁଗ, ବିରି ଇତ୍ୟାଦି ନଷ୍ଟ ହେତୁ ପର୍ଯ୍ୟାପ୍ତ ବିହନ ଯୋଗାଇବା, ଧାନ କ୍ଷେତ୍ର ରେ ପାଣି ଜମିଥିବା ହେତୁ ଅମଳ ବିଳମ୍ବ ସକାଶେ ଟୋକେନ ଅବଧି ବୃଦ୍ଧି କରିବା, ଫସଲ ନଷ୍ଟ ହେତୁ ଧାନର ଏଫ ଏ କ୍ୟୁ ମାନ କୋହଳ କରିବା ଏବଂ ଚଳିତ ବର୍ଷ ଧାନ ମଣ୍ଡି ର ସୁ ବ୍ୟବସ୍ଥା ନଥିବା ଯୋଗୁଁ ପୂର୍ବ ବର୍ଷ ଭଳି ଧାନ କ୍ରୟ କରିବା ନେଇ ଉକ୍ତ ଦାବୀ ପତ୍ର ରେ ଦର୍ଶାଇଛନ୍ତି, ଏହି ଦାବୀ ପତ୍ର ପ୍ରଦାନ ବେଳେ ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ, ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ଚାଷୀ ନେତା ସିମାଞ୍ଚଳ ନାହାକ, ରାଜେନ୍ଦ୍ର ନାହାକ, କେ. ରାମାୟା, ଶତ୍ରୁଘନ ବିଶ୍ୱାଳ, ଗୋପାଳ ନାହାକ ଓ ଭାସ୍କର ସ୍ୱାଇଁ ଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ