ଏବି ଏଗ୍ରୋ ଫୁଡ୍ ଠାରେ ଶ୍ରମିକ ଆନ୍ଦୋଳନ

ଚଣ୍ଡିଖୋଲ,(ୱା ଏନ ଏସ):ଯାଜପୁର ଜିଲ୍ଲାର ବଡଚଣା ବ୍ଲକ ଅନ୍ତର୍ଗତ ସମିଆ ପଞ୍ଚାୟତର ବୁଢାକେନ୍ଦୁଆ ଠାରେ ଥିବା ଏବି କୋଲଡ & ଏଗ୍ରୋ ଫୁଡ୍ ପ୍ରାଇଭେଟ ଲିମିଟେଡ କମ୍ପାନୀ। ଯହା ଛତୁ ଉପ୍ତାଦନ କରେ। ଏହି କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ପ୍ରାୟ ୫୦ ଜଣ ଲୋକେ କାମ କରନ୍ତି। ଓ ବାହାର ରାଜ୍ୟରୁ ପ୍ରାୟ ୩୦ ଜଣ ଶ୍ରମିକ। କାର୍ଯ କରନ୍ତି। ରାଜ୍ଯ ବାହାର ଶ୍ରମିକ ମାନଙ୍କୁ ମୋଟା ଅଙ୍କର ଦରମା ପ୍ରଦାନ କରୁଥିବା ବେଳେ। ସ୍ଥାନୀୟ ଅଞ୍ଚଳର ଶ୍ରମିକ ମାନଙ୍କୁ ଦୈନିକ ୧୫୦ ଟଙ୍କା ରୁ ୨୫୦ ଟଙ୍କା ପର୍ଯ୍ୟନ୍ତ ମଜୁରୀ ପ୍ରଦାନ କରୁଛି। ଉକ୍ତ ବିଷୟରେ ବାରମ୍ବାର ମାଲିକଙ୍କୁ ଜଣାଇବା ସତ୍ଯ। କିଛି ଫଳ ନ ମିଳିବାରୁ ଆଜି ଶ୍ରୀ ଶ୍ରମିକ ମାନେ ଫାଟକ ନିକଟରେ ଧାରଣ ଦେଇଥିଲେ। ଫଳରେ କୈଣସି ଶ୍ରମିକ କାମରେ ଯୋଗ ଦେଇନଥିଲେ। ଉକ୍ତ ଧାରଣ ସମ୍ପର୍କରେ ଖବର ପାଇ ସମିଆଁ ସରପଞ୍ଚ ବିଶ୍ବ ବିଜୟୀ ବ୍ରହ୍ମ ଘଟଣା ସ୍ଥଳରେ ପହଞ୍ଚି ଶ୍ରମିକ ମାନଙ୍କ ସହିତ ଓ ଛତୁ କମ୍ପାନୀ ମ୍ଯାନେଜମେଣ୍ଟ ସହିତ ଆଲୋଚନା କରି। ଶ୍ରମିକ ମାନଙ୍କ ସମସ୍ୟା ସରକାରଙ୍କ ନୟମ ଅନୁସାରେ ଶୀଘ୍ର ସମାଧାନ କରିବା ପାଇଁ କମ୍ପାନୀ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ଦିଆଯିବା ପରେ। ଧାରଣ ପ୍ରତିହତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ