ଏବେ ବି ବଞ୍ଚିଛି ପାଲିଙ୍କି ସବାରୀ
ହାଟଡିହି, (ବିକାଶ ବିଶ୍ୱାଳ):ବର୍ତ୍ତମାନ ଆଧୁନିକତାର ଚାକଚକ୍ୟ ମଧ୍ୟରେ ବର ବେଶରେ ବିବାହ କରିବାକୁ ଯାଉଥିବା ବରମାନେ ଦାମୀ ଗାଡ଼ିରେ ଯିବାକୁ ପ୍ରତିଦ୍ବନ୍ଦିତା ଲାଗିଥିବା ବେଳେ ବିବାହ କାର୍ଯ୍ୟରେ ଲାଗୁଥିବା ଦାମୀ ଗାଡ଼ି ପାଇଁ ପୂର୍ବରୁ ଚାଲୁଥିବା ପାଲିଙ୍କି ସବାରୀର ଚାହିଦା ଏବେ ସତ୍ତା ହରାଇ ସାରିଛି । ଅଳ୍ପ କିଛିକାଂଶରେ କେତେକ ସ୍ଥାନରେ ପାଲିଙ୍କି ସବାରୀର ଚାହିଦା ରହିଥିବା ଦେଖିବାକୁ ମିଳିଛି। ଆଜି ଶାସଙ୍ଗ ଗ୍ରାମରେ ଏକ ବିବାହ ଉତ୍ସବରେ ଆଜି ଜଣେ ବର ପାଲିଙ୍କିରେ ଯାଉଥିବା ଦେଖିବାକୁ ମିଳିଥିଲା। ୮ଜଣ କାନ୍ଧୁଆ କାନ୍ଧେଇ ନେଇ ଯାଉଥିବା ଏହି ପାଲିଙ୍କିର ଦୃଶ୍ୟ ହଜିଯାଉଥିବା ସ୍ମୃତିକୁ ତାଜା କରିଛି। ବର୍ତମାନ ଆଧୁନିକତା ସମୟରେ ଏଭଳି ପାଲିଙ୍କି ସବାରୀର ଦୃଶ୍ୟ ଦେଖିବାକୁ ଯୁବ ବର୍ଗଙ୍କ ମନରେ ଏକ କୌତୁହଳ ସୃଷ୍ଟି ହେବା ସହ ଦେଖିବକୁ ଭିଡ଼ ଜମିଥିଲା ।