ଏମକେସିଜିରେ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ଯୋଗାଇବାକୁ ଦାବିକଲା ପିସିବି 

ବ୍ରହ୍ମପୁର,(ଅନିଲ କୁମାର): ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ବିଭିନ୍ନ ସମସ୍ୟା ନେଇ ପ୍ରେସ କ୍ଳବ ବ୍ରହ୍ମପୁର ପକ୍ଷରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କଲେଜ ଡିନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଅନେକ ବ୍ୟତିକ୍ରମ ଯୋଗୁଁ ରୋଗୀ ଗୁଣାତ୍ମକ ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଖବର ସଂଗ୍ରହ ପାଇଁ ଆସୁଥୁବା ଗଣମାଧ୍ୟମ ପ୍ରତିନିଧ ଆକ୍ରୋଶର ଶିକାର ହେଉଛନ୍ତି। କାଜୁଆଲଟିରେ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହୁନଥିବା ଅଭିଯୋଗକୁ ନେଇ ଡିନ ପ୍ରଫେସର ସୁଚିତ୍ରା ଦାଶ ଓ ରେଜିଷ୍ଟ୍ରାର ସଂଗ୍ରାମ ପଣ୍ଡାଙ୍କ ସହ ଆଲୋଚନା କରିଛନ୍ତି ପ୍ରେସ କ୍ଳବ୍ କର୍ମକର୍ତ୍ତା। ଏ ଦିଗରେ ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିନ ପ୍ରତିଶ୍ରୁତି ଦେଇଛନ୍ତି। ଡାକ୍ତର, ନର୍ସ, ପୁଲିସ ଓ ସେନା କର୍ମଚାରୀଙ୍କ ଭଳି ସାମ୍ବାଦିକଙ୍କୁ ଅଗ୍ରାଧିକାର ଦେଇ ସ୍ବତନ୍ତ୍ର ଟିକଟ କାଉଣ୍ଟର ବ୍ୟବସ୍ଥା କରିବା। କାଜୁଆଲ୍ଭିରେ ଆଇସିୟୁ ଓ ଭେଣ୍ଟିଲେଟର କାର୍ଯ୍ୟକ୍ଷମ କରିବା, ରୋଗୀଙ୍କୁ ୨୪ ଘଣ୍ଟିଆ ଅଲଗ୍ରସାଉଣ୍ଡ ଓ ଡିଜିଟାଲ ଏକ୍ସ-ରେ ସେବା ଯୋଗାଇବା, ଟ୍ରମା କେୟାର ସେଣ୍ଟର କାର୍ଯ୍ୟକ୍ଷମ କରିବା, ନ୍ୟୁରୋ ସର୍ଜରୀ ବିଭାଗକୁ କାର୍ଯ୍ୟକ୍ଷମ କରିବା, ରୋଗୀ ସମ୍ପର୍କୀୟଙ୍କ ରହଣି ସୁବିଧା ପ୍ରଦାନ କରିବା ପରି ୭ଦଫା ଦାବୀ ରହିଥିଲା । ଏହାକୁ ତୁରନ୍ତ ସମାଧାନ ଦିଗରେ କାର୍ଯ୍ୟ କରିବାକୁ ସାମ୍ବାଦିକ ମାନେ ଦାବି କରିଥିଲେ। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ଅଧ୍ଯକ୍ଷା ପ୍ରଫେସର ଡା. ସୁଚିତ୍ରା ଦାଶଙ୍କୁ ପ୍ରଦାନ କରାଯାଇଛି। ପ୍ରେସ କ୍ଳବ୍ ସଭାପତି ଅଶୋକ କୁମାର ବ୍ରହ୍ମା, ସମ୍ପାଦକ ପ୍ରହଲ୍ଲାଦ ସାହୁ, କୋଷାଧ୍ୟକ୍ଷ ଶିବ ନାରାୟଣ ପଣ୍ଡା, ସ‌ହ ସମ୍ପାଦକ ଗୋପାଳକ୍ରିଷ୍ଣା ରେଡ୍ଡୀଙ୍କ ସମେତ ବହୁ ବରିଷ୍ଠ ସାମ୍ବାଦିକ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ପାଇଁ ସ୍ଵତନ୍ତ୍ର କାଉଣ୍ଟର ଖୋଲିବାକୁ ଡିନ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ଅନ୍ୟ ଦାବି ଉପରେ ଆଲୋଚନା କରି ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ