ଏମସିଏଏମ କଲେଜରେ ଓଡ଼ିଆ ବିଭାଗର ଆଲୋଚନା ଚକ୍ର
ମୟୁରଭଞ୍ଜ, (ମୁରାରୀ ମୋହନ ମହାପାତ୍ର):ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜେମଣ୍ଟ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡ଼ିଆ ବିଭାଗ ଦ୍ୱାରା ଉନବିଂଶ ଶତାବ୍ଦୀର ଓଡ଼ିଆ ସମାଲୋଚନା ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମର ନାୟକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱ ବିଦ୍ୟାଳୟର ଓଡ଼ିଆ ବିଭାଗ ର ମୁଖ୍ୟ ଡ଼ଃ ବବୃବାହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଆ ଭାଷାର ଏକ ତୁଳନାତ୍ମକ ବ୍ୟାଖ୍ୟା କରି ଆଜିର ସମାଜ ର ଓଡ଼ିଆ ଭାଷା ର ସ୍ଥିତି ଓ ଉନବିଂଶ ଶତାବ୍ଦୀ ର ସାହିତ୍ୟ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ .ସ୍ଥାନୀୟ ଶ୍ରୀମା ମହିଳା ମହାବିଦ୍ୟାଳୟ ଓଡ଼ିଆ ବିଭାଗର ମୁଖ୍ୟ ଡ଼ଃ ମାନସିରାଣୀ ବାରିକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଓଡ଼ିଆ ଭାଷା ଓ ଏହାର ସମାଲୋଚକ ମାନଙ୍କର ଦାୟିତ୍ୱ ଓ କର୍ତବ୍ୟ ସମ୍ପର୍କ ରେ ଆଲୋଚନା କରିଥିଲେ. ପ୍ରାରମ୍ଭ ରେ ଉକ୍ତ ମହାବିୟାଳର ଓଡ଼ିଆ ବିଭାଗ ର ମୁଖ୍ୟ ଡ଼ଃ ଠାକୁରା ଚରଣ ମାରାଣ୍ଡି ଆଲୋଚ୍ୟ ବିଷୟବସ୍ତୁ ର ତତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ.ଅନ୍ୟତମ ଅଧ୍ୟାପିକା କିରଣ ବାଲା ବାସ୍କେ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥବା ବେଳେ ଏହି ମହାବିଦ୍ୟାଳୟ ର ଉପାଧକ୍ଷ୍ୟା ସଂଘମିତ୍ରା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ. ଏହି ଅବସରରେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଙ୍କୁ ମହାବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା. ଆଇନ ବିଭାଗର ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା ଆଲୋଚନା ରେ ଭାଗ ନେଇ ଓଡ଼ିଆ ଭାଷା ର ଉପାଦେୟତା ଉପରେ ଆଲୋକପାତ କରିଥିବା ବେଳେ ଓଡ଼ିଆ ବିଭାଗର ଅଧ୍ୟାପିକ ତୁପ୍ତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ.