ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ପ୍ରତିଯୋଗିତା

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ମହୁଲଡିହାସ୍ଥିତ ଅନୁସୂଚିତ ଜାତି ଓ ଜନ ଜାତି ଉନ୍ନୟନ ବିଭାଗ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୋୟଙ୍କ ନିର୍ଦେଶକ୍ରମେ ବାମନଘାଟି ଉପଖଣ୍ଡ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟ ରଞ୍ଜନ ପ୍ରଧାନ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ବୃତ୍ତି ପରାମର୍ଶ ସମ୍ପର୍କିତ ଏକ ବିଶାଳ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି. । ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଶ୍ରୀଯୁକ୍ତ ପରୀକ୍ଷିତ ଦାଶ, ଡେପୁଟି କଲେକଟର ଶ୍ରୀଯୁକ୍ତ ମନୋଜ କୁମାର ମହାନ୍ତ ଙ୍କ ସମେତ ଉପଖଣ୍ଡର ସମସ୍ତ ବିଡିଓ , ତହସିଲଦାର ଓ ବିଭାଗୀୟ ପଦାଧିକାରୀ ମାନଙ୍କ ଉପସ୍ଥିତି ରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ତା’ଙ୍କ ଅଭିଭାଷଣ ରେ କହିଥିଲେ ଜୀବନ ସଂଘର୍ଷମୟ ।‌ସଂଘର୍ଷ ଓ ପରିଶ୍ରମ କରି ନିଜର ସ୍ୱପ୍ନକୁ ସାକାର କରି ସଫଳତାର ଶୀର୍ଷରେ ପହଞ୍ଚି ନିଜକୁ ସମସ୍ତେ ଧନ୍ୟ ମଣିବା ଉଚିତ ।ଭଗବାନ ସମସ୍ତଙ୍କଠାରେ କିଛି ନା କିଛି ସଦଗୁଣ ଦେଇଛନ୍ତି ।ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ସ୍ୱତନ୍ତ୍ର ଗୁଣ ବା ପ୍ରତିଭା ଓ ଚିନ୍ତାଧାରା ରହିଛି। ମାତ୍ର ଉପଯୁକ୍ତ ପାରିପାର୍ଶ୍ଵିକ ପରିବେଶ, ଉଚିତ ମାର୍ଗଦର୍ଶନ ଓ ନିଜର ଇଛା ଶକ୍ତି ଓ ଆତ୍ମ ବିଶ୍ୱାସ ର ଅଭାବ ରେ ନିଜ ଭିତରେ ଥିବା ଗୁଣାବଳୀ କୁ ବିକଶିତ କରିବାରେ ଅସମର୍ଥ ହୋଇଥାଏ । ଆଜିର ଏହି ଜଗତିକରଣ ସମୟରେ ବିଭିନ୍ନ କାର୍ଯ୍ୟ କ୍ଷେତ୍ରର ପରିଧି ବୃଦ୍ଧି ହେବା ସହିତ ବୃତ୍ତି ଚୟନ ର କ୍ଷେତ୍ର ମଧ୍ୟ୍ୟ ଅପରିସୀମା ହୋଇଛି । ତେଣୁ ପିଲାବେଳୁ ଅଧ୍ୟୟନ ସମୟରୁ ନିଜ ଭିତରେ ଥିବା ବହୁମୁଖୀ ପ୍ରତିଭା କୁ ଉଚିତ ମାର୍ଗଦର୍ଶନ ଦ୍ୱାରା କଠିନ ପରିଶ୍ରମ କରି ନିଜ ଭିତରେ ଆତ୍ମ ବିଶ୍ୱାସ ସହିତ ଦକ୍ଷତା ବୃଦ୍ଧି କରି ପ୍ରତିଯୋଗିତା ମନୋଭାବ ନେଇ ଭବିଷ୍ୟତ ପାଇଁ ନିଜ ନିଜର କାର୍ଯ୍ୟ ନିର୍ବାହ ପନ୍ଥା ବା ବୃତ୍ତି ଚୟନ ଦିଗରେ ଦୃଢ଼ ନିଶ୍ଚିତ ହେବା ତଥା ନିଜ ଜୀବନ ର ଲକ୍ଷ୍ୟ ପୂରଣ ଏବଂ ସ୍ବପ୍ନ କୁ ସାକାର କରିବା ପାଇଁ ଏବେ ଠାରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଆଜିର କାର୍ଯ୍ୟକ୍ରମର ଉଦେଶ୍ୟ ବୋଲି ପରାମର୍ଶ ଦେଇଥିଲେ। ସାଂପ୍ରତିକ ପରିସ୍ଥିତିରେ ପାଠ,ଖେଳ,କୁଦ, ନୃତ୍ୟ,ଲେଖନୀ,ଆଙ୍କରିଂ,କୋରିଓଗ୍ରାଫର, ପାହାଡ ଚଢା,ମଂଚ କଳାକାର ସବୁଠି ବଞ୍ଚିବାର ରାସ୍ତା ଅଛି । ତେଣୁ କେହି କେବେ ହତାଶ ନ ହୋଇ ନିଜ ରୁଚି ଅନୁସାରେ ଧୈର୍ଯ୍ୟ ଓ ଭଲ ମାର୍ଗ ଦର୍ଶନ ଓ ସ୍ବପ୍ନକୁ ସାକାର ପାଇଁ କଠିନ ପରିଶ୍ରମ କଲେ ସଫଳତା ଛୁଇଁ ହେବ ।ଆଜିର ଏ କାର୍ଯ୍ୟକ୍ରମରେ ଵାମନଘାଟୀ ଉପଖଣ୍ଡର ୭ ଟି ବ୍ଳକର ୨୮୮ ଜଣ ନାମ ପଂଜିକୃତ କରି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ପିଲାଙ୍କ ମଧ୍ୟରେ ଜୁନିଅର ଓ ସିନିଅର ଦୁଇଟି ବିଭାଗରେ ପିଲାମାନେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଆ ଓ ଇଂରାଜୀ ବକ୍ତୃତା ,ଓଡ଼ିଆ ଓ ଇଂରାଜୀ ପ୍ରଵନ୍ଧ , ଚିତ୍ରାଙ୍କନ ପ୍ରତିଯୋଗିତା, ଅନୁଷ୍ଠିତ ହୋଇଥିଲା ।କୁଇଜ୍ ପ୍ରତିଯୋଗିତାକୁ ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ଏବଂ ଯାତ୍ରା ବିଡ଼ିଓ ଦେବାଶିଷ ପଣ୍ଡା ନିଖୁଣ ଭାବରେ ସଂଯୋଜନା କରିଥିଲେ । ଦିତୀୟ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ଜଲେନ ନାଏକ ଯୋଗ ଦେଇ କହିଥିଲେ ରୋମ ସହର ଗୋଟିଏ ଦିନରେ ଠିଆ ହୋଇ ନାହିଁ ।ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷ ହେବା ସହ ଦୁନିଆରେ ନିଜର ମନ ପସନ୍ଦର କର୍ମକୁ ଆଦରି କଠିନ ପରିଶ୍ରମ କରି ସଫଳତାର ଶିଡି ଚଢିବା ପାଇଁ ପରାମର୍ଶ ଦେଇଥିଲେ । ପରିଶ୍ରମର ବୃଥା ଯାଏ ନାହିଁ କି ତା’ର ର ବିକଳ୍ପ ନାହିଁ ତେଣୁ ସମସ୍ତଙ୍କୁ ଯିଏ ଯେଉଁ କ୍ଷେତ୍ରରେ ଥାଉନା କାହିଁକି କଠିନ ପରିଶ୍ରମ, ନିଜ ମନ ପସନ୍ଦର ବୃତ୍ତିକୁ ଚୟନ କରି ଆଗକୁ ବଢିବା ସ୍ବପ୍ନ ଏବଂ ଉପଯୁକ୍ତ ଦକ୍ଷତା ତାଲିମ ନେବା ଉଚିତ ।ଜିଲ୍ଲା ନିୟୋଜନ ଅଧିକାରୀ ଆଶିଷ ଵସନ୍ତିଆ ଯୋଗ ଦେଇ ବୃତ୍ତି ଚୟନ ଉପରେ ଆଲୋକପାତ କରିଥିଲେ ।ପରେ ଅତିଥିଗଣ ବିଭିନ୍ନ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଫଳକ ଦେଇ ପୁରସ୍କୃତ କରିଥିଲେ ।ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବାମନଘାଟି ଉପଖଣ୍ଡର ସମସ୍ତ ତହସିଲଦାର, ବିଡ଼ିଓ ,
,ବି ଇ ଓ, ଏ ବି ଇ ଓ, ଅତିରିକ୍ତ ମଙ୍ଗଳ ଅଧିକାରୀ ଶ୍ରୀ କମଳା କାନ୍ତ ସ୍ୱାଇଁ , ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିକାଶ ରଞ୍ଜନ ମହାନ୍ତି, ପ୍ରଧାନ ଶିକ୍ଷୟତ୍ରୀ ପଦ୍ମାଳୟା ସୋରେନ ଓ ଅନ୍ୟାନ୍ୟ ପଦାଧିକାରୀ , ଉପଜିଲ୍ଲାପାଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ,କନ୍ୟାଶ୍ରମରେ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ
କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ଏସ ଏସ ଡି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଶିକ୍ଷୟତ୍ରୀ ସରସ୍ବତୀ ମାହାଲା ଓ ସୁସ୍ମିତା ମହାନ୍ତ ମଞ୍ଚ ପରିଚାଳନା କରିଥିଲେ ।ଏଭଳି ଜୀବନ ଜୀବିକା ଭଵିଷ୍ଯତ ଗଢିବା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବାରୁ ଆୟୋଜକ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ