ଓଡିଶାରେ ଆଇନ ଶିକ୍ଷା ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର ): ମହାରାଜପୁର ସ୍ଥିତ ମୟୁରଭଞ୍ଜ କଲେଜ ଅଫ ଆକାଉଣ୍ଟନସି ଆଣ୍ଡ ମ୍ୟାନେଜେମଣ୍ଟ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲିଥିବା 5 ବର୍ଷୀୟା ସମ୍ୱନ୍ୱିତ ବିଏଏଲଏଲବି ବିଭାଗ ଦ୍ୱାରା ଓଡିଶାରେ ଆଇନ ଶିକ୍ଷ୍ୟା: ଏହାର ଆହ୍ୱାନ ଓ ସମ୍ଭାବନା ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି. ଏଥିରେ ଓଡିଶା ଲୟର୍ସ ଆସୋସିଏସନର କୋ ଚେୟାରମ୍ୟାନ ଜୀବନ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଆଇନ ଶିକ୍ଷ୍ୟାର ଉପାଦେୟତା ସମ୍ପର୍କରେ ଆଲୋକପାତ କରିଥିଲେ. ମୁଖ୍ୟବକ୍ତା ଭାବେ ବାରିପଦା ଓକିଲ ସଂଘର ବରିଷ୍ଠ ଓକିଲ ନରୋତ୍ତମ ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଅନ୍ୟତମ ବରିଷ୍ଠ ଆଡ଼ଭୋକେଟ ଲିଙ୍ଗରାଜ ମିଶ୍ର ଯୋଗ ଦେଇ ଆଇନ ଶିକ୍ଷାର ସମସ୍ୟା ଓ ଭବିଷ୍ୟତ ଉପରେ ନିଜର ମନ୍ତବ୍ୟ ରଖିଥିଲେ. ଆଇନ ବିଭାଗର ସଂଯୋଜଜ ଡ଼ଃ ଜିତେନ୍ଦ୍ର କୁମର ଦାସ ଅତିଥି ପରିଚୟ ପ୍ରଦାନ କରିଥବା ବେଳେ ମହାବିଦ୍ୟାଳୟର ଉପାଧକ୍ଷ୍ୟା ସଂଘମିତ୍ରା ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଅଭିପ୍ସା ନାୟକ, ରୀନାରାଣୀ ମହାନ୍ତ, ମୀରା ସେନାପତି, ସଂଯୁକ୍ତା ମହାନ୍ତ, ପୂଜା ଶତପଥି, ପ୍ରତିଭା ଦାସ ପ୍ରମୁଖ ଭାଗନେଇ ନିଜର ମତାମତ ଉପସ୍ଥାପନ କରିଥିଲ. ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାହୁ ନୂତନ ଭାବେ ଅଲ ଓଡିଶା ଲୟର୍ସ ଆସୋସିଏସନର କୋ-ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା. ସେହିଭଳି ଆଇନ ସଚେତନତା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ଆଇନଜୀବୀ ନରୋତ୍ତମ ପାଣିଗ୍ରାହୀ ଓ ଶ୍ରୀ ଲଙ୍ଗରାଜ ମିଶ୍ରଙ୍କୁ ମଧ୍ୟ ମହାବିଦ୍ୟାଳୟ ତରଫରୁ ସମ୍ମାନିତ କରାଯାଇଥିଲା. ଆଇନ ବିଭାଗର ଅନ୍ୟତମ ଅଧ୍ୟାପକ ଜ୍ଞାନରଞ୍ଜନ ପଣ୍ଡା ସେମିନାର ବିଷୟବସ୍ତୁର ଯଥାର୍ତତା ଉପରେ ଆଲୋକପାତ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ