ଓଡିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ପାଇଲେ ରଞ୍ଜନ କୁମାର ପ୍ରଧାନ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ହାଟଡିହୀ ବ୍ଲକ ଓରାଳି ଗ୍ରାମର ଶିକ୍ଷକ, କବି, ଆଧ୍ୟାତ୍ମିକ ଓ ପରିବେଶପ୍ରେମୀ ରଞ୍ଜନ କୁମାର ନାୟକଙ୍କୁ ଓଡିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନରେ ସମ୍ମାନୀତ କରାଯାଇଛି । କଟକସ୍ଥିତ କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବାଣିପୀଠ ଶ୍ରୀ ରାମ ଚନ୍ଦ୍ର ଭବନ, କଟକ ଠାରେ ଅନୁଷ୍ଠିତ ୬୧ତମ ରାଜ୍ୟ ସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳାରେ ତାଙ୍କୁ ସମ୍ମାନୀତ କରାଯାଇଛି । ପ୍ରଥମ ଅଧିବେଶନରେ ରାଜ୍ୟ ସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ରାଜ୍ୟର ୨୫ ଜିଲାରୁ ଆସିଥିବା କବି ଓ କବୟିତ୍ରୀ ମାନେ କବିତା ପାଠ କରିଥିଲେ । କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମହେଶ୍ୱର ମହାନ୍ତି ଉଦ୍‌ଘାଟନ କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ବିଚାରପତି ଭିକାରୀ ଚରଣ ରାଉତ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ, ସମ୍ମାନୀତ ଅତିଥି ଭାବେ ପ୍ରସନ୍ନ କୁମାର ଜେନା, ଆଇ.ଏ.ଏସ ବିଜୟ ଦାସ, ନାଟ୍ୟକାର ଓ ସ୍ତମ୍ବକାର ଡଃ. ତୋଫାନ ଜେନା, ବିପିନ ବିହାରୀ ବାରିକ, ବିପିନ ଦଳାଇଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥି ମାନେ ଯୋଗ ଦେଇଥିଲେ । ଏହି ଅବସରରେ ୨ ଶହ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରକାଶ ଥାଉକି, ଶ୍ରୀ ପ୍ରଧାନ ଉତ୍କଳୀୟ ସଂସ୍କୃତି, କଳା ଓ ସାହିତ୍ୟକୁ ପରୀକ୍ଷଣ କରି ଗଳ୍ପ, କବିତା, ପ୍ରବନ୍ଧ ଲେଖି ପାଠକ ମାନଙ୍କର ଆଦରଣୀୟ ହୋଇପାରିଛନ୍ତି । ସାହିତ୍ୟ କୃତି ସହିତ ଓଡିଶୀ ନୃତ୍ୟ ଏବଂ ସଂଗୀତ ପ୍ରତି ତାଙ୍କର ଆଦର ରହିଛି । ଆଧ୍ୟାତ୍ମିକ ଚେତନା ଏବଂ ସଂସ୍କୃତିର ଗବେଷଣାତ୍ମକ ଇତିହାସ ପଠନ ତାଙ୍କର ବ୍ୟକ୍ତିତ୍ୱକୁ ଆଦରଣୀୟ କରି ପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ