ଓଡିଶା ପାଇପ ଜଳ କର୍ମଚାରୀ ସଂଘ ର ଛତ୍ରପୁର ଓ ବ୍ରହ୍ମପୁର ଉପଖଣ୍ଡ ଶାଖା ର ନୂତନ କର୍ମକର୍ତ୍ତା ଚୟନ
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ଜନସ୍ୱାସ୍ଥ୍ୟ କାର୍ଯ୍ୟଳୟ ପରିସରରେ ଛତ୍ରପୁର ଓ ବ୍ରହ୍ମପୁର ଉପଖଣ୍ଡ ଶାଖାର କର୍ମଚାରୀ ମାନଂକୁ ନେଇ ସାଧାରଣ ବୈଠକ ଏବଂ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶା ପାଇପ ଜଳ କର୍ମଚାରୀ ସଂଘର ପୂର୍ବତନ ଉପସଭାପତି ରବି କୁମାର ପାଣିଗ୍ରାହୀ, କେନ୍ଦ୍ରୀୟ ସାଙ୍ଗଠନିକ ସଂପାଦକ କୈଳାଶ କୁଣ୍ଡୁ, ଭଞ୍ଜନଗର ଖଣ୍ଡ ସଂପାଦକ ସୁରେନ୍ଦ୍ର ରାଉତ, ବ୍ରହ୍ମପୁର ଖଣ୍ଡ ପୂର୍ବତନ ଯୁଗ୍ମ ସଂପାଦକ ପୂର୍ଣ୍ଣଚନ୍ଦ୍ର ଖୁଟିଂଆ ଓ ଛତ୍ରପୁର ର ଯୁବ ନେତା କାଳିଆ ରାଉଳ ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହିତ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟ ରେ ସାମିଲ ହୋଇଥିଲେ । ଏହି ଅବସର ରେ ଛତ୍ରପୁର ଶାଖା ସଂପାଦକ ଭାବେ ଏଚ୍.ଗୋବିନ୍ଦ ନାୟକ, ଯୁଗ୍ମ ସଂପାଦକ ଭାବେ ରମେଶ ଚନ୍ଦ୍ର ପଟ୍ଟନାୟକ, ପୁରୁଷୋତମପୁର ଯୁଗ୍ମ ସଂପାଦକ ଭାବେ ହରିକୃଷ୍ଣ ବେହେରା, ରମ୍ଭା ଯୁଗ୍ମ ସଂପାଦକଭାବେ ପ୍ରମୋଦ କୁମାର ଗୈାଡ, ଖଲ୍ଲିକୋଟ ଯୁଗ୍ମ ସଂପାଦକଭାବେ ଚନ୍ଦୁ ପାତ୍ର, ଆସିକା ଶାଖା ସଂପାଦକଭାବେ ଏନ୍.ରାମଚନ୍ଦ୍ର ରେଡି, ପୋଲସରା ଯୁଗ୍ମ ସଂପାଦକ ଭାବେ ନବଘନ ସେଠୀ, ଛତ୍ରପୁର ଖଣ୍ଡ ସଂପାଦକ ଭାବେ ପ୍ରକାଶ ଚନ୍ଦ୍ର ପାତ୍ର, ଭଞ୍ଜନଗର ଶାଖା ସଂପାଦକ ଭାବେ ପବିତ୍ର ମୋହନ ଦାସ, ବାଲିଗୁଡା ଯୁଗ୍ମ ସଂପାଦକ ଭାବେ ଜାମଲା ମଲ୍ଲିକ, ଜି.ଉଦୟଗିରି ଯୁଗ୍ମ ସଂପାଦକ ଭାବେ ଦେବରାଜ ଗୈାଡ, ସୋରଡା ଯୁଗ୍ମ ସଂପାଦକଭାବେ ପୂର୍ଣ୍ଣଚନ୍ଦ୍ର ଗୈାଡ, ଛତ୍ରପୁର ଡିଭିଜନ କୋଷାଧ୍ୟକ୍ଷ ଭାବେ ଶୁଶାନ୍ତ ବେହେରା ଓ ଛତ୍ରପୁର ଡିଭିଜନ ଅଫିସ ସଂପାଦକ ଭାବେ ଗୋବିନ୍ଦ ମାରାଣ୍ଡି ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ ହୋଇଛନ୍ତି । ପରେ ନିର୍ବାଚନ ଅଧିକାରୀ ରବି କୁମାର ପାଣିଗ୍ରାହୀ ସମସ୍ତ ନୂତନ କର୍ମକର୍ତ୍ତା ମାନଙ୍କୁ ଶପଥ ପାଠ କରାଇବା ସହ ନିଜ ପଦବୀର ସଠିକ ଭାବେ ଦାୟୁତ୍ୱବହନ କରିବେ ବୋଲି ନୂତନ କର୍ମକର୍ତାମାନେ କହିଥିଲେ । ଏହା ସହିତ ଆଗାମି ଦିନରେ କର୍ମଚାରୀ ମାନଙ୍କ ସମସ୍ୟା ଗୁଡିକର ସମାଧାନ ନେଇ ରାଜ୍ୟ ସଂଘ ଓ ସରକାରଙ୍କୁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର,ଭଞ୍ଜନଗର,ଆସିକା ଓ ଫୁଲବାଣି ଖଣ୍ଡର କର୍ମଚାରୀମାନେ ଉପସ୍ଥିତ ଥିଲେ ।