ଓୟୁଜେ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ର କାର୍ଯ୍ୟକାରିଣୀ ବୈଠକ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଓୟୁଜେ ଅନୁବନ୍ଧିତ କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘର କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ପ୍ରେସକ୍ଳବ ଠାରେ ଅନୁଷ୍ଠିତ ହୋଇଯାଇଛି। ସଭାପତି ଶଶଧର ରାଉତଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ ରେ ଲକ୍ଷ୍ମୀପୁର, ଦଶମନ୍ତପୁର, ପଟାଙ୍ଗି, ନନ୍ଦପୁର, କୋରାପୁଟ, ସେମିଳିଗୁଡା, ଜୟପୁର, ଦାମନଯୋଡି, କୋଟପାଡ଼, ବୋରିଗୁମ୍ମା,ବୈପାରିଗୁଡା ଆଦି ବିଭିନ୍ନ ବ୍ଳକ ରୁ କାର୍ଯ୍ୟକର୍ତ୍ତା ମାନେ ଯୋଗଦେଇ ଆସନ୍ତା ୫ ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସଂଘର ସାଧାରଣ ପରିଷଦ ବୈଠକ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ କୋରାପୁଟ ସାଂସଦଙ୍କ ସମେତ ଜିଲ୍ଲାର ସମସ୍ତ ତଥା କୋଟପାଡ଼, ଜୟପୁର, କୋରାପୁଟ, ଲକ୍ଷ୍ମୀପୁର ଏବଂ ପଟାଙ୍ଗି ବିଧାୟକଙ୍କୁ ନିମନ୍ତ୍ରିତ ଅତିଥି ଭାବେ ଆମନ୍ତ୍ରଣ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ମୂଖ୍ୟ କେନ୍ଦ୍ର ତଥା ଶିଳ୍ପ ଜିଲ୍ଲା ଭାବେ ପରିଗଣିତ କୋରାପୁଟ ଜିଲ୍ଲା ମୁଖ୍ୟ ଦପ୍ତରରେ ଆଜିଯାଏଁ ସାମ୍ବାଦିକ ଭବନ ନିର୍ମାଣ ହୋଇପାରି ନ ଥିବାରୁ ସାମ୍ବାଦିକ ଭବନ ନିର୍ମାଣ ଏବଂ ଜିଲ୍ଲା ସାମ୍ବାଦିକ କଲ୍ୟାଣ ପାଣ୍ଠି ଗଠନ ପାଇଁ ସଂଘର ପ୍ରାଥମିକ ଉଦ୍ୟମ ରହିବ ବୋଲି ସଭାପତି ଶ୍ରୀ ରାଉତ ପ୍ରକାଶ କରିଥିଲେ। ସାମ୍ବାଦିକ ଏକତା, ସୁରକ୍ଷା, ଭତ୍ତା, ଅଧିସ୍ବୀକୃତି, ଜୀବନ ବୀମା ବୃଦ୍ଧି ସହ ଜୀବନ ବୀମାରେ ମାଁ ବାପାଙ୍କୁ ସାମିଲ କରିବା ଆଦି ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ଶରତ କୁମାର ନାୟକ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାସ, ସମ୍ପାଦକ ଶରତ ଧଳ, ସଂଗଠନ ସମ୍ପାଦକ ପରମେଶ୍ବର ସାହୁ, ଯୁଗ୍ମ ସମ୍ପାଦକ ଶୈଳେଶ ଖଡିଆର ସାମ୍ବାଦିକ କଲ୍ୟାଣ ପାଣ୍ଠି ଅଧ୍ୟକ୍ଷ ଟି ଗୌରୀ ଶଙ୍କର, ଶୃଙ୍ଖଳା କମିଟି ଅଧ୍ୟକ୍ଷ ରାଜେନ୍ଦ୍ର ଗୌଡ,ଉପଦେଷ୍ଠା ପରିକ୍ଷିତ ବିଶ୍ଵାଳ, ମନୋଜ ପଟ୍ଟନାୟକ, ନନ୍ଦପୁର ବ୍ଲକ ସଂଯୋଜକ ତୁଷାର କାନ୍ତ ମହାନ୍ତି, ଲକ୍ଷ୍ମୀପୁର ବ୍ଳକ ସଂଯୋଜକ ଯୁଧିଷ୍ଠିର ବାଘ, କୋରାପୁଟ ବ୍ଳକ ସଂଯୋଜକ ଅମିତାଭ ବେହେରା, ଦଶମନ୍ତପୁରଟ ପ୍ରମୋଦ କିଶୋର ଖରା, ଜୟପୁର ସୁବ୍ରତ ମହାନ୍ତି ଙ୍କ ସମେତ ରଜତ କୁମାର ବାଘ,ବିକ୍ରମ ପାଢ଼ୀ ଏବଂ ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ