ଔଷଧୀୟ ସବୁଜ ବଳୟ ପ୍ରସ୍ତୁତିରେ ନିମଗ୍ନ ଆସିକାର ପରିବେଶବିତ୍‍ ଗୁଣ୍ଡିଚା

ଆସିକା, (ଯୁଗାବ୍ଦ ନ୍ୟୁଜ):ନିଷ୍ଠା ଓ ଆଗ୍ରହ ଥିଲେ ସବୁକିଛି ସମ୍ଭବ । ଏହାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିଛନ୍ତି ଆସିକା ଅଞ୍ଚଳର ଜଣାଶୁଣା ପରିବେଶବିତ୍ ତଥା ବାଇକ୍ ମେକାନିକ୍ ଗୁଣ୍ଡିଚା ମହାରଣା । ସାଂପ୍ରତିକ ପରିସ୍ଥିତିରେ ବୃଦ୍ଧି ପାଉଥିବା ଉତ୍ତାପକୁ ନିୟନ୍ତ୍ରଣ କରିବା ପାଇଁ ଗଛ ହିଁ ଏକମାତ୍ର ବିକଳ୍ପ ବ୍ୟବସ୍ଥା ଏହା ସମସ୍ତେ ଅବଗତ । ପରିବେଶର ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବିଭିନ୍ନ ସ୍ଥାନରେ ଚାରା ରୋପଣ କରାଯାଉଛି । କିନ୍ତୁ ଅଧିକାଂଶ ସମୟରେ ରକ୍ଷଣା ବେକ୍ଷଣ ଓ ତଦାରଖ ଅଭାବରୁ ଚାରା ଗୁଡିକ ବୃକ୍ଷରେ ପରିଣତ ହୋଇପାରୁ ନାହିଁ । ବିଜୟୱାଡା-ରାଞ୍ôଚ କରିଡର୍ ଅଧିନସ୍ଥ ଆସିକା କଳିଙ୍ଗ ରୋଡ୍ ମୁଖ୍ୟ ରାସ୍ତା ପାଶ୍ୱର୍ରେ ଗୁଣ୍ଡିଚା ଅଟୋ ସର୍ଭିସ୍ ନାମକ ଏକ ବାଇକ୍ ମରାମତି କେନ୍ଦ୍ରର ମାଲିକ ଗୁଣ୍ଡିଚା ମହାରଣା ବିଗତ କିଛିବର୍ଷ ହେଲା ଏକାକୀ ନିଜସ୍ୱ ଉଦ୍ୟମରେ ବିଭିନ୍ନ କିସମର ଚାରା ରୋପଣ କରୁଥିବା ଦେଖିବାକୁ ମିଳୁଛି । ଛୋଟିଆ ବ୍ୟବସାୟୀରୁ ନ ିଜ ପରିବାର ଚଳାଉଥିବା ଗୁଣ୍ଡିଚା ମହାରଣାଙ୍କ ଚାରାରୋପଣ କାର୍ଯ୍ୟକ୍ରମ ନିଆରା । ନିଜ ଗ୍ୟାରେଜ୍ ନିକଟରେ ଥିବା ଏକ ସ୍ୱଳ୍ପ ଜମିରେ ଚାରା କେନ୍ଦ୍ର ପ୍ରସ୍ତୁତ କରିଛନ୍ତି । ଯେଉଁ କେନ୍ଦ୍ରରେ କି ଔଷଧୀୟ ବୃକ୍ଷ ଅଶୋକ, ବେଲ, ଅଁଳା, ପିପଳୀ, ରୁଦ୍ରାକ୍ଷ, ଦ୍ରାକ୍ଷା, ଷ୍ଟେଭିଆ, ତେଜପତ୍ର, ଡାଲ୍‌ଚିନି, ଲବଙ୍ଗ, ରକ୍ତଚନ୍ଦନ, ଶ୍ୱେତଚନ୍ଦନ ଭଳି ବହୁ ମୂଲ୍ୟବାନା ଚାରା ସାଙ୍ଗକୁ ଜାମୁକୋଳି, ଧଳାମନ୍ଦାର, ପିଜୁଳି, ଆମ୍ବ, ପଣସ, ଗୁଆ ଭଳି ଚାରା ମଧ୍ୟ ଉପଲବ୍ଧ ହେଉଥିବା ଦେଖିବାକୁ ମିଳୁଛି । ଖରା ବର୍ଷାକୁୁ ତିଳେ ମାତ୍ର ଖାତିର ନକରି ପରିବେଶର ସୁରକ୍ଷା ଲାଗି ରାତି ପାହିଲା ମାତ୍ରେ ପରିବେଶବିତ୍ ତଥା ବାଇକ୍ ମେକାନିକ୍ ଗୁଣ୍ଡିଚା ମହାରଣା ହାତରେ ଶାବଳ କିମ୍ବା ଗୋଡଖୋଳା ଓ ପାଣି ବାଲ୍‌ତି ଟିଏ ଧରି ଚାରା ରୋପଣ କାର୍ଯ୍ୟରେ ଆଗ୍ରହର ସହ ଆଗେଇ ଆସୁଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ପିଢୀ ଯେପରି ତାପ ଓ ପ୍ରଦୂଷଣମୁକ୍ତ ହୋଇପାରିବେ ସେ ଲକ୍ଷ୍ୟ ନେଇ ପରିବେଶବିତ୍ ଗୁଣ୍ଡିଚା ମହାରଣା ଜାରି ରଖିଥିବା ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଥିଲା ବେଳେ ତାଙ୍କର କାର୍ଯ୍ୟ ଅନ୍ୟ ପରିବେଶବିତ୍ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବା ସହ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି ବୋଲି ସଚେନତ ନାଗରିକଙ୍କ ମହଲରେ ମତ ପ୍ରକାଶ ପାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ