କଂଟୁଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ସମସ୍ୟା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଜାମୁଗାଁ ପଂଚାୟତ ଅନ୍ତର୍ଗତ କଂଟୁଣିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଣଶିକ୍ଷକଙ୍କ ଅଭାବ ରହିଛି । ବିଦ୍ୟାଳୟରେ ୨ଟି ଶିକ୍ଷକ ପଦବୀ ଖାଲିଥିବା ବେଳେ ୩ଟି ପିଅନ, ଗୋଟିଏ ସ୍ଥାୟୀ ରାତ୍ର ଜଗୁଆଳୀ ଓ ଗୋଟିଏ କିରାଣି ପଦବୀ ଖାଲି ପଡିଛି । ବିଦ୍ୟାଳୟରେ ୬ଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ଜଣ ପିଲା ଥିବା ବେଳେ ନବମ ଓ ଦଶମ ଶ୍ରେଣୀରେ ୧୪୨ଜଣ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ୩ ଶହରୁ ଉର୍ଦ୍ଧ୍ୱ ପିଲା ପାଠ ପଢୁଥିବା ବେଳେ ବର୍ତମାନ ବିଦ୍ୟାଳୟରେ ସମସ୍ୟା ଉପୁଜିଛି । ସୂଚନା ମୁତାବକ ସ୍ଥାନୀୟ ଅଂଚଳର ଶିକ୍ଷାର ଗୁରୁତ୍ୱ ଦୃଷ୍ଟିରୁ ଏହି ବିଦ୍ୟାଳୟଟି ୧୯୬୦ ମସିହାରେ ସ୍ଥାପିତ ହୋଇଥିଲା । ବର୍ତମାନ ବିଦ୍ୟାଳୟରେ ନବମ ଓ ଦଶମ ଶ୍ରେଣୀରେ ୧୪୨ଜଣ ପିଲା ପାଠ ପଢୁଛନ୍ତି । ଏହି ବିଦ୍ୟାଳୟରେ ୨ଟି ଶିକ୍ଷକ ପଦବୀ ଖାଲିଥିବା ବେଳେ ୩ଟି ପିଅନ,ଗୋଟିଏ ସ୍ଥାୟୀ ରାତ୍ର ଜଗୁଆଳୀ ଓ ଗୋଟିଏ କିରାଣି ପଦବୀ ଖାଲି ରହିଛି । ଏହି ବିଦ୍ୟାଳୟରେ ୧୫ ବର୍ଷରୁ ଉର୍ଦ୍ଧ୍ୱ ହେବ ହିନ୍ଦୀ ଶିକ୍ଷକ ନଥିବା ବେଳେ ଟିଜିଟି(କଳା)ରେ ଜଣେ ଶିକ୍ଷକ ନାହାନ୍ତି । ସେହିପରି ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଶିକ୍ଷକ ଗୋପାଳ ଚନ୍ଦ୍ର ମିଶ୍ରଙ୍କୁ ସପ୍ତାହରେ ୨ଥର ଅର୍ଥାତ ଶୁକ୍ରବାର ଓ ଶନିବାର ଡେରିକିସ୍ଥିତ କସ୍ତୁରବା ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନ ପଠାଯାଉଛି । ପିଲାସଂଖ୍ୟା ଅଧିକ ଥିବା ବେଳେ ଶିକ୍ଷକ ଅଭାବ ହେତୁ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଦୀର୍ଘ ୪ବର୍ଷ ହେବ ପିଅନ ପଦବୀ ଖାଲି ରହିଥିବା ବେଳେ ୧ମାସରୁ ଉର୍ଦ୍ଧ୍ୱ ହେବ କିରାଣୀ ଭାବେ କାର୍ଯ୍ୟ କରୁଥିବା ନିହାର ରଂଜନ ପରିଡାଙ୍କୁ ବାଲିକୁଦା ବ୍ଳକର ପରହାଟ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ନିଆଯାଇଛି । ବିଦ୍ୟାଳୟରେ କିରାଣୀ ଓ ପିଅନ ନଥିବାରୁ ଶିକ୍ଷକମାନଙ୍କୁ ବିଦ୍ୟାଳୟର କାଗଜପତ୍ର ଓ ସଫା ସଫି କରିବାକୁ ହିଁ ପଡୁଛି । ସେହିପରି ଏହି ବିଦ୍ୟାଳୟରେ ଷଷ୍ଟ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୪ଜଣ ପିଲା ପାଠ ପଢୁଛନ୍ତି । ଏଥିପାଇଁ ୬ ଜଣ ଶିକ୍ଷକ ଆବଶ୍ୟକ ଥିବା ବେଳେ ମାତ୍ର ୫ଜଣ ଶିକ୍ଷକ ରହିଛନ୍ତି ।