କଙ୍କା ଗ୍ରାମରେ ପରମ ପ୍ରେମମୟ ଯୁଗ ପୁରୁଷୋତ୍ତମମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ୧୩୭ ତମ ଜନ୍ମ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ, (ତାପସଦାସ):ଗଁଦିଆ ବ୍ଲକ କଙ୍କା ଗ୍ରାମରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ତମ ଜନ୍ମ ତଥା କଙ୍କା ଗ୍ରାମର ୪୮ ତମ ବାର୍ଷିକ ମହାମହୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଅଛି, ଏଥିରେ ପ୍ରତ୍ୟୁଷରେ ଉଷା କୀର୍ତ୍ତନ, ସକାଳ ୧୦ଟା ରେ ନଗର କୀର୍ତ୍ତନ ଓ ସଂଗୀତାଞ୍ଜଳୀ ପରିବେଷଣ କରିଥିଲେ ମନୋଜ ସାହୁ, ରାମକୃଷ୍ଣ ସାହୁ, ପ୍ରହଲ୍ଲାଦ ବଳିୟାର ସିଂ,ଶ୍ରୀମତୀ ଲିଜା ବଳିୟାର ସିଂ। ୧୧. ୩୦ ମିନିଟିରେ ସତସଙ୍ଗ କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ଡାକ୍ତର କୃଷ୍ଣ ବଲ୍ଲବ ଶତପଥି, ସହପ୍ରତି ଋତିକ ଶ୍ରୀଯୁକ୍ତ ଜଟାଧାରୀ ନାୟକ ଓ ଶ୍ରୀଯୁକ୍ତ ପ୍ରମୋଦ କୁମାର ଦାସ କଟକ ସତସଙ୍ଗ ପରିଚାଳନା ଓ ଠାକୁରଙ୍କ ଦିବ୍ୟଲୀଳା ସଦାଲୋଚନା ଛଡାରଗାନ ଉପରେ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ, ପରିଶେଷରେ ଆନନ୍ଦବଜାରରେ ପ୍ରସାଦ ସେବନ ହୋଇଥିଲା,ସତସଙ୍ଗରେ ସହଯୋଗ କରିଥିଲେ କଙ୍କା ଗ୍ରାମର ପ୍ରେମାନନ୍ଦ ମହାମାନସିଂ, କୈଳାସ ମହାମାନସିଂ, ଶରତ ସାହୁ, ବିରଞ୍ଚି ଇନ୍ଦ୍ରଜିତସିଂ, ମଦନ ବଳିୟାରସିଂ, ଭରତ ପରିଡା, ଶରତ ସ୍ତମ୍ଭ ଓ ମେଘନାଦ ବଳିୟାର ସିଂ ଙ୍କ ସମେତ କଙ୍କା ଗ୍ରାମବାସୀ ବୃନ୍ଦ,ଏଥିରେ କରମୂଳ ବାଇଁଶିଆ, ଯୋରନ୍ଦା, କାବେରା, କାଲୁରିଆ,ସନ୍ଥପୁର ପଂଚାୟତର ଅନେକ ଶ୍ରଦ୍ଧାଳୁ ଯୋଗଦାନ ପୂର୍ବକ ସତସଙ୍ଗକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ