କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ସହାୟତା ପ୍ରଦାନ

କଟକ, (ଯୁଗାବ୍ଦ ନ୍ୟୁଜ):ଦୁର୍ଘଟଣା ଗ୍ରସ୍ଥ ବସର ଡ୍ରାଇଭର କୈଳାସ ମହାରଣାଙ୍କର ମୃତ୍ୟୁରେ କଟକ ମୋଟର କର୍ମଚାରୀ ୟୁନିଅନ୍ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇ ନିରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ କୈଳାସ ମହାରଣାଙ୍କ ଆତ୍ମାର ସଦଗତି କାମନା କରାଯାଇଥିଲା । ସ୍ୱର୍ଗତ ମହାରଣାଙ୍କ ପୁତ୍ର ସୁରେଶ ମହାରଣାଙ୍କୁ କଟକ ମୋଟର କର୍ମଚାରୀ ୟୁନିଅନର ପକ୍ଷରୁ ସଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଉକ୍ତ ଶୋକସଭାରେ ସହ ସମ୍ପାଦକ ଗଗନ ପରିଡା,ହିରାଲାଲ୍ ପଣ୍ଡା,ଚକ୍ରବର୍ତୀ ଓତା,କୋଷାଧ୍ୟକ୍ଷ ବିଭୁତି ଭୂଷଣ ରାଉତ,ସୋମନାଥ ସାହୁ,ଅଚ୍ୟୁତ ଙ୍ଖୁଟିଆ,ଶ୍ରୀକାନ୍ତ ଛାଟକ,ରଘୁନାଥ ବାରିକ୍,ନାରାୟଣ ନାୟକ,ରାକେଶ ରାଉତ,ଗୌରାଙ୍ଗ ବେହେରା,ଅନିଲ ବାରିକ,ସାଗର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ