କଣାସରେ ସରସ୍ଵତୀ ପୂଜା ପାଳିତ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ):କଣାସ ବ୍ଲକ୍ ରେ ବିଭିନ୍ନ ସ୍ଥାନରେ ସରସ୍ଵତୀ ପୂଜା ପାଳିତ ହୋଇଯାଇଛି। ଏହି ଅବସରରେ ମାତୃଵିହାର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, କଣାସ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଗଡ଼ମାଟିଆପଡା ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦୟା ବିହାର ସ୍ଥିତ ଦୟା ବିହାର ଡିଗ୍ରୀ ମହାବିଦ୍ୟାଳୟ, ବିଜୟ ବିହାର ସ୍ଥିତ ପୂଣ୍ୟତୋୟା ଦୟା ଫାଉଣ୍ଡେସନ, ଦଶହରା ପଡିଆ ସ୍ଥିତ ପିଏସ୍ କ୍ୟାରିୟର ଏକ୍ସପ୍ଲୋର, ଦାମୋଦରପୁର ସ୍ଥିତ ଦାମୋଦରପୁର ପ୍ରାଥମିକ ବିଦ୍ୟାଳୟ, ପଂଚାୟତ ଉଚ୍ଚ ବିଦ୍ୟାଳୟର ଗଡଵଳଭଦ୍ରପୁର, ନୁଆସାହି ପ୍ରାଥମିକ ବିଦ୍ୟାଳୟ ଆଦି ଅନୁଷ୍ଠାନ ରେ ସରସ୍ଵତୀ ପୂଜା ମହାଆଡମ୍ବରରେ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରେ ପୁଷ୍ପାଞଳୀ ଦେବା ସହିତ ନଡ଼ିଆ ବାଡ଼େଇ ଥିଲେ। ବିଭିନ୍ନ ବିଦ୍ୟାଳୟରେ ଭୋଜି ର ଆୟୋଜନ କରାଯାଇଥିଲା।