କଥା ଦେଇ କଥା ରଖିଲେ ଆମ ସରକାର
ଢେଙ୍କାନାଳ, (ତାପସଦାସ):ଢେ଼ଙ୍କାନାଳ ବାସୀଙ୍କ ବହୁଦିନର ଦାବି ପୂରଣ ହେବାକୁ ଯାଉଛି । ଢେଙ୍କାନାଳରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ । ମାନ୍ୟବର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ ଠାରୁ ଆରମ୍ଭ କରି ବିଧାନସଭା ସ୍ଥାୟୀ କମିଟି ର ଅଧକ୍ଷ (ମିଶନ ଶକ୍ତି,ସ୍ଵାସ୍ଥ୍ୟ,ପରିବାର କଲ୍ୟାଣ ମହିଳା ଓ ଶିଶୁ ବିଭାଗ ) ବିଧାୟକ ବିଭୁତି ଭୁଷଣ ପ୍ରଧାନ ଙ୍କ ସମେତ ସମସ୍ତ ବିଧାୟକ ଜିଲ୍ଲାର ବହୁ ଅନୁଷ୍ଠାନ ଓ ସାମାଜିକ ସଂଗଠନ ଏହି ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ । ବିଜେପି ସରକାର ଆସିଲେ ନିଶ୍ଚୟ ଜିଲ୍ଲା ବାସୀଙ୍କ ସ୍ବପ୍ନ ପୂରଣ ହେବ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ୯ ମାସ ଆସିବା ଭିତରେ ବିଧାନସଭା ରେ ମାନ୍ୟବର ସ୍ଵାସ୍ଥ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି ମେଡ଼ିକାଲ କଲେଜ ହେବ । ଧନ୍ୟବାଦ ମୋହନ ସରକାର