କପିଳାସ ସୁରକ୍ଷା ପରିଷଦ ଆନୁକୁଲ୍ୟ ରେ ” ସ୍ୱଚ୍ଛ କପିଳାସ ଅଭିଯାନ “
ଢେଙ୍କାନାଳ, (ତାପସଦାସ):ଢେଙ୍କାନାଳ ଗଁଦିଆ ବ୍ଲକର କପିଳାଶ ସ୍ୱଚ୍ଛ କପିଳାସ ଅଭିଯାନ କାର୍ଯ୍ୟକ୍ରମ ପରିଷଦ ର ସଭାପତି ଶ୍ରୀ ଗୁରୁଚରଣ ମହାପାତ୍ର ଙ୍କ ତତ୍ବାବଧାନରେ ହୋଇଥିଲା । ପୂର୍ବାହ୍ନ ୧୦ ଘଟିକା ସମୟରେ ଏହି କାର୍ଯ୍ୟକ୍ରମ କପିଳାସ ସିଂହଦ୍ଵାର ଠାରୁ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇ ୧୦ ନମ୍ୱର୍ ବାଙ୍କ ରାସ୍ତା ଓ ପୀଠ ର ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗନ୍ଦିଆ ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ମଳୟ ସିଂହ ଓ ସନାତନ ସାହୁ ,ପୂର୍ବତନ ମନରେଗା ଲୋକପାଳ ଶ୍ରୀ ଅମରେନ୍ଦ୍ର ମଲ୍ଲ , ଢେ଼ଙ୍କାନାଳ ସଂନ୍ଧ୍ୟା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସମୀର ସାହୁ ,ବଜରଙ୍ଗ କ୍ଲବ୍ ର ସନ୍ଦୀପ ଷଡ଼ଙ୍ଗୀ, ମାନସ ବାଘ, ଶେଷାନନ୍ଦ ମିଶ୍ର ,ସରୋଜ ମହାଳିକ , ମଦନ ରାଉତ, ସୁରେଶ ମହାପାତ୍ର ଦୁଷ୍ମନ୍ତାହାନ୍ତି ,ଦାଶରଥି ପତି ଙ୍କ ସମେତ ଶତାଧିକ ସଭ୍ୟ ଯୋଗଦାନ କରିଥିଲେ ।ଏହି ସଫେଇ କାର୍ଯ୍ୟକ୍ରମ ପ୍ରତି ମାସ ରେ କରାଯିବ ବୋଲି ପରିଷଦ ର ସଭାପତି ଶ୍ରୀ ଗୁରୁ ଚରଣ ମହାପାତ୍ର କହିଥିଲେ ।