କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ କଳିଙ୍ଗାରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କପିଳେଶ୍ଵର ସରକାରୀ ଉଚ୍ଚ ବିଦ୍ୟାଳୟ କଳିଙ୍ଗାରେ ବାର୍ଷିକ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ପ୍ରଧାନଶିକ୍ଷକ ମୃତୁଞ୍ଜୟ ପଲେଇ ସଂଯୋଜନାରେ ଆୟୋଜିତ ଏହି ଉତ୍ସବକୁ କଳିଙ୍ଗା ଗ୍ରାମ ପଂଚାୟତର ସରପଞ୍ଚ ହେମଲତା ଜେନା ଉଦଘାଟନ କରିଥିଲେ l ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶିର କୁମାର ବିଶ୍ୱାଳ ଓ ସମାନ୍ନୀତ ଅତିଥି ଭାବେ ନବଘନ ନାୟକ ଓ ଅନିରୁଦ୍ଧ ସେଠିଙ୍କ ଦ୍ୱାରା କୃତୀ ପ୍ରତିଯୋଗୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ବିଦ୍ୟାଳୟ ପରିଚାଳନା କମିଟିର ଅଧକ୍ଷ ବିଶ୍ୱମ୍ବର ମହାପାତ୍ର, ଉପାଧ୍ୟକ୍ଷା ସସ୍ମିତାପାତ୍ର, ଅଙ୍ଗଦ କାଣ୍ଡି, ଦାମୋଦର ଚଇନି, ଅକ୍ଷୟ କୁମାର ପାତ୍ର , ସନ୍ତୋଷ କୁମାର ଦାସ,ମଞ୍ଜୁଲତା ଜେନା, ରଂଜିତା ଜେନା, ନର୍ମଦା ଜେନା, ବୀଣାପାଣି ଦାସ, ଅନିତା ସାହୁ ଓ ପଞ୍ଚସଖା ଶିକ୍ଷାସେତୁର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିଥିଲେ l ଆଗନ୍ତୁକ ଅତିଥି ଓ ବିଦ୍ୟାଳୟର ସମସ୍ତ ସଭ୍ୟ ସଭ୍ୟା ମାନେ ବକ୍ତୃତା ମାଧ୍ୟମରେ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ l ଉକ୍ତ କାର୍ଯ୍ୟକ୍ରମର ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମହିମାମୟୀ ପଲେଇ,ପରେଶ କୁମାର ପରିଡା,ସନ୍ଧ୍ୟାରାଣୀ ମହାରଣା,ଅର୍ଜମା ଅର୍ପିତା ପତି,ଦେବାଶିଷ ଜେନା,ସାଗର କୁମାର ଜେନା,ପ୍ରିୟଙ୍କା ସେନାପତି,ନିରାକାର ସେଠି, ଟୁକୁନା ବେହେରା, ନିବେଦିତା ଦାସ, ଯତୀନ୍ଦ୍ର ଦେଓ, ସୁଶାନ୍ତ ସୁତାର, ଦିବ୍ୟ ପ୍ରକାଶ ରାଉତ, ପ୍ରମୋଦ ବେହେରା ପ୍ରମୁଖଙ୍କ ସହ କନିଷ୍ଠ କିରାଣୀ ରବିନାରାୟଣ ସେଠି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ