କରଞ୍ଜିଆ ପୌରାଞ୍ଚଳରେ ଦିଗହରା ମୁକ୍ତା ଯୋଜନା

କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପର ସ୍ଥାୟିତ୍ୱ ନେଇ ସନ୍ଦେହ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ବିଜେଡି ସରକାରଙ୍କ ଅମଳରେ କୋଭିଡ ମହାମାରୀରେ ସହରାଞ୍ଚଳର ଶ୍ରମିକଙ୍କ ରୋଜଗାର ଓ ପୌରାଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ମୁକ୍ତା ଯୋଜନା ଆରମ୍ଭ ହୋଇଥିଲା। ବିଜେଡି ସରକାର ରେ ମହିଳା ଓ ଶିଶୁଵିକାଶ ଏବଂ ମିଶନଶକ୍ତି ମନ୍ତ୍ରୀ ଓ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମଙ୍କ କାର୍ଯ୍ୟକାଳରେ ଏହି ଯୋଜନାରେ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦରେ ମୁକ୍ତା ଯୋଜନାରେ ବିଭିନ୍ନ ଅଞ୍ଚଳ ପାର୍କ, ପାର୍କ, ଖୋଲା ଜିମ,ସିମେଣ୍ଟ ଇଟାର ରାସ୍ତା, ପୋଖରୀ ସୌନ୍ଦର୍ଯ୍ୟକରଣ, ଆଇ ଲଭ କରଞ୍ଜିଆ ,ମୋ କରଞ୍ଜିଆ ନାମରେ ସେଲଫିପଏଣ୍ଟ ଇତ୍ୟାଦି ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ଏହି ପ୍ରକଳ୍ପର କାର୍ଯ୍ୟକାରୀତା ପାଇଁ କନିଷ୍ଠ ଯନ୍ତ୍ରୀ, କିରାଣୀ, ଫଟୋଗ୍ରାଫର ପରି ବିଭିନ୍ନ ପଦବିରେ ନିଯୁକ୍ତି ଦିଆଯାଇ ବହୁ ଅର୍ଥ ଖର୍ଚ୍ଚ କରାଯାଇଥିଲା। ଏହି ଯୋଜନା ସହରାଞ୍ଚଳର ଶ୍ରମିକଙ୍କ ରୋଜଗାର ନିମନ୍ତେ କରାଯାଇଥିବା ବେଳେ କରଞ୍ଜିଆରେ ଏହାକୁ କର୍ମୀ ପୋଷଣ ଯୋଜନା ରେ ପରିଣତ କରି ଅତ୍ୟନ୍ତ ନିମ୍ନମାନର କାମ ହୋଇଥିବା ଅଭିଯୋଗ ହେଉଛି ଏହି ବିଭାଗ ଗତ ସେପ୍ଟେମ୍ବର ମାସ ଠାରୁ ଅଚଳ ହୋଇଯାଇ ଥିବା ଭଳି ଲାଗୁଛି । ବର୍ତ୍ତମାନର ମୋହନ ମାଝୀଙ୍କ ନେତୃତ୍ୱାଧୀନ ସେହି ଯୋଜନାର ନବୀକରଣ କରିନାହିଁ । ଫଳରେ ଏହି ଯୋଜନା ଆଗକୁ କାର୍ଯ୍ୟକାରୀ ହେବ କି ବନ୍ଦ ହେବ ତାହା ଏବେ ସନ୍ଦେହ ଘେରରେ । ପୌରାଞ୍ଚଳର କୋଟି କୋଟି ଟଙ୍କାର କାର୍ଯ୍ୟ ଏବେ ଖତ ଖାଇବାକୁ ବସିଛି। କରଞ୍ଜିଆ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼ରେ ଖର୍ଚ୍ଚ କରାଯାଇଥିବା କୋଟି କୋଟି ଟଙ୍କାର ପ୍ରକଳ୍ପ ବହୁ ସ୍ଥାନରେରେ ଅଧା ହୋଇ ପଡ଼ିରହିଥିବା ବେଳେ ନିର୍ମାଣ ହୋଇଥିବା ବହୁ ପ୍ରକଳ୍ପ ନିମ୍ନମାନର ନର ହୋଇଥିବାରୁ ଭାଙ୍ଗିରୁଜି ଖତ ଖାଇବାକୁ ବସିଲାଣି। କରଞ୍ଜିଆ ପୌରାଞ୍ଚଳ ରେ ମୁକ୍ତା ଯୋଜନା ରେ ନିର୍ମାଣ କରାଯାଇଥିବା ବର୍ଷାଜଳ ସଂରକ୍ଷଣ ପ୍ରକଳ୍ପରୁ ହାତ ଗଣତି କିଛି ପ୍ରକଳ୍ପକୁ ଛାଡିଦେଲେ ଅନ୍ୟ କୌଣସି ପ୍ରକଳ୍ପ ନିର୍ମାଣ ହୋଇଥିବା ସ୍ଥାନରେ ଦେଖିବାକୁ ମିଳୁନାହିଁ ଏହା ମଧ୍ୟ ଅଭିଯୋଗ ହେଉଛି କି ଗୋଟିଏ ପ୍ରକଳ୍ପର ବିଲ ଉଠିଲା ପରେ ସେହି ପ୍ରକଳ୍ପରେ ବ୍ୟବହୃତ ରିଙ୍ଗ, ଇଟା କୁ ଉଠାଯାଇ ଅନ୍ୟ ପ୍ରକଳ୍ପରେ ଲଗାଯାଇ ବ୍ୟାପକ ଦୁର୍ନୀତି କରାଯାଇଛି। ସେହିପରି ନିର୍ବାଚନ ପୂର୍ବରୁ ପୂର୍ବତନ କରଞ୍ଜିଆ ବିଧାୟିକା ତଥା ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ସାଂସଦ ଚନ୍ଦ୍ରାଣି ମୁର୍ମୁଙ୍କ ଦ୍ୱାରା ଉଦଘାଟିତ ବିଜୁ ପଟ୍ଟନାୟକ ପାର୍କ ଧୀରେ ଧୀରେ ଅନ୍ଧକାର ମୟ ପରିସ୍ଥିତି କୁ ଆସିଯାଇଛି ପାର୍କ ର ଅର୍ଦ୍ଧାଧିକ ଆଲୋକ ଜଳୁନାହିଁ ଯାହାଦ୍ୱାରା ପାର୍କ ଅନ୍ଧକାର ରେ ରହୁଛି ଓ ପାର୍କ ସମ୍ମୁଖରେ ଥିବା ଆଇ ଲଭ କରଞ୍ଜିଆ ସେଲଫି ପଏଣ୍ଟ ର ଆଲୁଅ ଦୀର୍ଘ ଦିନ ହେବ ଜଳୁ ନାହିଁ ଏଭଳି ପରିସ୍ଥିତି ଲାଗିରହିଲେ ଶୀଘ୍ର ଏହି ପାର୍କ ପରିତ୍ୟକ୍ତ ଅବସ୍ଥାକୁ ଆସିଯିବ କରଞ୍ଜିଆ ପୌରାଞ୍ଚଳ ପାଇଁ ୨୦୨୧-୨୨, ୨୦୨୨-୨୩, ୨୦୨୩-୨୪ ଆର୍ଥୀକ ବର୍ଷରେ ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ଵ ଟଙ୍କାର ଅନୁଦାନ ଆସିଥିବା ଅସମର୍ଥିତ ସୂତ୍ରରୁ ଜଣାଯାଇଛି। ରାଜ୍ୟର ରାଜକୋଷରୁ ଖର୍ଚ୍ଚ ହୋଇଥିବା ଜିମ ଓ ପାର୍କ ର କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏବେ ଏଗୁଡିକ ପରିତ୍ୟକ୍ତ ଅବସ୍ଥାକୁ ଆସିଗଲାଣି। ତେଣୁ ରାଜ୍ୟ ରାଜକୋଷରୁ ଖର୍ଚ ହୋଇ ତିଆରି ହୋଇଥିବା ଏହି ପ୍ରକଳ୍ପ ଗୁଡ଼ିକର ଭିଜିଲାନ୍ସ ତଦନ୍ତ ହେଲେ ସତ୍ୟାସତ୍ୟ ସାମ୍ନାକୁ ଆସିପାରନ୍ତା ବୋଲି ସାଧାରଣ ରେ ଦାବୀ ହେଉଛି। ଏହି ପ୍ରକଳ୍ପ ଗୁଡିକ ର ରକ୍ଷଣାବେକ୍ଷଣ ପାଇଁ ବର୍ତ୍ତମାନର ରାଜ୍ୟ ସରକାର ଦୃଷ୍ଟି ନ ଦେଲେ କୋଟିକୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଏହି ପ୍ରକଳ୍ପଗୁଡ଼ିକ ଭବିଷ୍ୟତରେ କୌଣସି କାର୍ଯ୍ୟରେ ଆସିବ ନାହିଁ। ତେଣୁ ଏସମସ୍ତ ପ୍ରକଳ୍ପର ସୁରକ୍ଷା ଓ ଭିଜିଲାନ୍ସ ତଦନ୍ତ ନିମନ୍ତେ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ