କରଞ୍ଜିଆ ବିଧାୟକଙ୍କ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ
କରଞ୍ଜିଆ,(ଜିତେନ୍ଦ୍ର ରାଜ): ମହାବାତ୍ୟାରୁ ବାତ୍ୟାର ରୂପ ନେଇ ଆସିଥିବା ଦାନା ଭୂପୃଷ୍ଠ ଅତିକ୍ରମ କରି ବିଦାୟ ନେଇଛି ହେଲେ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ ଶରତ ମଣ୍ଡଳ ର ବିଭିନ୍ନ ଗ୍ରାମରେ ଛାଡି ଯାଇଛି ଅନେକ ଦୁଃଖ ଓ ସମସ୍ୟା। ବାତ୍ୟା ସମୟରେ ହୋଇଥିବା କ୍ଷୟ କ୍ଷତି ଓ ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ କରଞ୍ଜିଆ ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଶ୍ରୀ ପଦ୍ମ ଚରଣ ହାଇବୁରୁ ତୋଫାନୀ ଗସ୍ତରେ ଶରତ ଅଞ୍ଚଳ ର ବିଭିନ୍ନ ପଞ୍ଚାୟତ ରେ ଅବସ୍ଥିତ ଗ୍ରାମ ଗୁଡ଼ିକୁ ପରିଦର୍ଶନ କରିଥିବା ଜଣାପଡିଛି। ପ୍ରଥମେ ଶରତ ସ୍ଥିତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ଯାଇ ରୋଗୀ ମାନଙ୍କର ଚିକିତ୍ସା ଠିକ୍ ଠାକ୍ ହେଉଛି କି ନାହିଁ ଡାକ୍ତର ମାନଙ୍କ ସହିତ ଆଲୋଚନା କରିବା ପରେ ବିଭିନ୍ନ ଗାଁ କୁ ଯାଇ ଲୋକଙ୍କୁ ଭେଟି ବାତ୍ୟା ସମ୍ପର୍କିତ ସମସ୍ୟା ବୁଝିଥିଲେ। ପଦ୍ମପୋଖରୀ ଠାରୁ କଳମଗଢିଆ ଯାଏଁ ମୂଖ୍ୟ ରାସ୍ତା ବଡ଼ ବଡ଼ ଗଛ ପଡ଼ି ଅବରୋଧ ହୋଇଥିବାରୁ କପ୍ତିପଦା ବିଡ଼ିଓ ସିଦ୍ଧେଶ୍ୱର ନାଏକ ଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ଓଡ୍ରାପ ଟିମ୍ କୁ ଡ଼କାଇ ରାସ୍ତା ଅବରୋଧକୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫାୟାର ବ୍ରିଗେଡ ଟିମ୍,ଓ ଜଙ୍ଗଲ ବିଭାଗର କର୍ମଚାରୀମାନେ ମଧ୍ୟ ଆସି ଲୋକମାନଙ୍କ ଘର ଉପରେ ପଡ଼ିଥିବା ଗଛ ଗୁଡ଼ିକ କାଟି ସଫା କରିବା ନଜର କୁ ଆସିଥିଲା। ରାମଚନ୍ଦ୍ରପୁର, ପଦ୍ମପୋଖରୀ,ଓ ଲାବଣ୍ୟଦେଇପୁର , ଦେବାନ ବାହାଳୀ ପଞ୍ଚାୟତ ମାନଙ୍କ ରେ
ବାତ୍ୟା ର ପ୍ରଭାବ ଅଧିକ ଥିବା ଜଣାପଡିଥିଲା। ପଦ୍ମପୋଖରୀ ପଞ୍ଚାୟତ ର ରାଇପାଳ ଗ୍ରାମ ରେ ଅନେକ ଘର ଉପରେ ଗଛ ପଡ଼ି ଘର ଭାଙ୍ଗିଯିବା ସହ କେନାଲ ପାଣି ଘରେ ପଶିଯାଇଥିଲା, ଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଏ। ଧାନ ଫସଲ ଜଳମଗ୍ନ ହୋଇ ଥିବା ବେଳେ ବିଜୁଳି ଖୁଣ୍ଟ ରୁ ତାର ଛିଣ୍ଡି ରାସ୍ତା ରେ ପଡ଼ିଛି। କପ୍ତିପଦା ତହସିଲଦାର ନନ୍ଦିତା ଖୁଜୁର, ଓ ବିଡ଼ିଓ ସିଦ୍ଧେଶ୍ୱର ନାଏକ ରାଇପାଳ ଗାଁ ରେ ପହଞ୍ଚି ବିଧାୟକ ଙ୍କ ଉପସ୍ଥିତି ରେ ଲୋକଙ୍କ ସମସ୍ୟା ବୁଝୁଥବା ଦେଖିବାକୁ ମିଳିଥିଲା। ବିଧାୟକ ପଦ୍ମ ଚରଣ ହାଇବୁରୁ ଙ୍କ ସହିତ ପଶ୍ଚିମ ମୟୁରଭଞ୍ଜ ସାଂଗଠାନିକ ଜିଲ୍ଲାର ସମ୍ପାଦକ ବିମଳ କୁମାର ସେନାପତି,ଶରତ ମଣ୍ଡଳ ସଭାପତି ମାଥୁରୀ ସାମାଡ, ରାଜେନ୍ଦ୍ର ମହାନ୍ତ, ମାୟାଧର ବେହେରା, ଡୁବୁଲିଆ ଉଗ୍ରସାଡି ଉପସ୍ଥିତ ଥିଲେ।