କରଞ୍ଜିଆ ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ
କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ସହର ର ୱାର୍ଡ ନଂ ୧୫ ବଣସାହି ଠାରେ ଥିବା ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ସ୍କୁଲ ର ଅଧ୍ୟକ୍ଷା ଶିଖା କୁମାରୀ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ରାଜ୍ୟ ଜଙ୍ଗଲ ଓ ପରିବେଷ, ଜଳବାୟୁ ପରିବର୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, ସମ୍ମାନିତ ଅତିଥି ରୂପେ କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ମୁଖ୍ୟବକ୍ତା ଭାବେ କରଞ୍ଜିଆ ଓକିଲ ସଙ୍ଘ ସମ୍ପାଦକ ଦିବ୍ୟପ୍ରସାଦ ସାହୁ,ପ୍ରତିଷ୍ଠାତା ଅଧକ୍ଷ ପ୍ରଫେସର ଡ୍ର ସମ୍ମି ସଲିମ,ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ପ୍ରମୁଖ ମଂଚାସୀନ ହୋଇଥିଲେ ସର୍ବପ୍ରଥମେ ଅତିଥି ଙ୍କ ଉଦେଶ୍ୟରେ ସ୍କୁଲ ଛାତ୍ରୀ ଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ଅତିଥି ମାନଙ୍କୁ ସମ୍ବର୍ଦ୍ଧନା ପରେ ଅତିଥି ଙ୍କ ଦ୍ୱାରା ଜଗତର ନାଥ ଜଗନ୍ନାଥ ଙ୍କ ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦ୍ବୀପ ପ୍ରଜ୍ବଳନ ପରେ ସଭା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଅଧ୍ୟକ୍ଷା ଶିଖା କୁମାରୀ ସ୍ୱାଗତ ଭାଷଣ ଓ ବାର୍ଷିକ ବିବରଣୀ ପାଠ କରିଥିଲେ
ମୁଖ୍ୟଅତିଥି ତାଙ୍କ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ମାନେ ଉପଯୁକ୍ତ ଶିକ୍ଷା ସହିତ ସୁ ନାଗରିକ ହେବାକୁ ପରାମର୍ଶ ଦେବା ସହିତ ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ,କର୍ମଚାରୀ ମାନେ ପରିବେଷ ସୁରକ୍ଷା ଦିଗରେ ଯତ୍ନବାନ ହେବା ସହିତ ନିଜ ବାଡ଼ି ବଗିଚା ରେ ଫଳ ଜାତୀୟ ଓ ଅନ୍ୟ ବୃକ୍ଷ ର ବ୍ୟାପକ ବୃକ୍ଷରୋପଣ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ
ପରେ ସ୍କୁଲ ର ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର, ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ
ସମାଜ ରେ ବିଶେଷ ଅବଦାନ ନିମନ୍ତେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଙ୍କୁ ମଧ୍ୟ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା
ସଭାକାର୍ଯ୍ୟକ୍ରମ ପରେ ସ୍କୁଲ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା
ଏହି କାର୍ଯ୍ୟକ୍ରମକୁ ସଫଳତା ର ସହିତ ପରିଚାଳନା ରେ ସ୍କୁଲ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ସହଯୋଗ କରିଥିଲେ.