କରଡ଼ା ହତ୍ୟା କାଣ୍ଡ ଘଟଣା ରେ ମୂଖ୍ୟ ଅଭିଯୁକ୍ତ ଗିରଫ
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ଥାନା କରଡ଼ା ଗ୍ରାମ ରେ ମଙ୍ଗଳବାର ହୋଇଥିବା ଔଷଧ ବ୍ୟବସାୟ ହତ୍ୟା କାଣ୍ଡ ଘଟଣା ରେ ମୂଖ୍ୟ ଅଭିଯୁକ୍ତ ଆଦିତ୍ୟ ସାମନ୍ତ ଙ୍କୁ ଗିରଫ କରିଛି ରାଇକିଆ ପୋଲିସ । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଅନ୍ୟ ଜଣଙ୍କ ର ସହାୟତାରେ ବ୍ରହ୍ମପୁର ପଳାଇଥିଲା। ସେଠାରୁ ରାଇକିଆ ଥାନା ଅଧିକାରୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଙ୍କ ନେତୃତ୍ୱ ରେ ଏକ ଟିମ୍ ଚଢାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଏହି ଘଟଣା ମୃତକ ଅନିକ୍ ପଟ୍ଟନାୟକ ଙ୍କ ପଡୋଶୀ ଅଭିଯୁକ୍ତ ଆଦିତ୍ୟ ସାମନ୍ତ ସହ ଦୀର୍ଘ ଦିନ ହେଲା ତିକ୍ତତା ଲାଗି ରହିଥିଲା । ହତ୍ୟାକାଣ୍ଡ ଘଟିବାର ଦୁଇଦିନ ପୂର୍ବରୁ ପୁଣି ଥରେ ଉଭୟ ପରିବାର ମଧ୍ୟ ରେ ବଚସା ହୋଇଥଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଆଦିତ୍ୟ ଅନୀକ କୁ ଆକ୍ରମଣ ପାଇଁ ଯୋଜନା କରିଥିଲା । ନିଜର ସହଯୋଗୀ ସହ ମିଶି ଯୋଜନାବଧ ଭାବେ ଆନିକ୍ ର ଘର ନିକଟ ରେ ମରଣାନ୍ତକ ଆକ୍ରମଣ କରିଥିଲେ । ଆଦିତ୍ୟ ଏକ ଲାଠି ସାହାଯ୍ୟ ରେ ଅନୀକ୍ ର ମୁଣ୍ଡ ପଛପଟ କୁ ଶକ୍ତ ଆଘାତ ଦେବା ଫଳ ରେ ଘଟଣାସ୍ଥଳ ରେ ଅ ନିକ ର ମୃତ୍ୟୁ ଘଟିଥିଲା । ଏହି ହତ୍ୟାକାଣ୍ଡ ରେ ଜଡିତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛି । ଜି ଉଦୟଗିରି ଏସ୍ଡ଼ିପିଓ ବିଜୟ କୁମାର ବିଶି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଶୁକ୍ରବାର ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି ।


