କରବାଲୁଆ ଠାରେ କ୍ଲାଷ୍ଟର ସ୍ତରୀୟ ବୈଠକ

ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର): ଚିକିଟୀ ବିଜ୍ଞାପିତ ଅଞ୍ଚଳ କରବାଲୁଆ ଠାରେଇଂରାଜୀ ନବବର୍ଷ ର ପ୍ରଥମ ତଥା ଶିକ୍ଷାବର୍ଷର ଅଷ୍ଟମ ମୌଳିକ ଭାଷା ଓ ସଂଖ୍ୟା ଜ୍ଞାନ ସମ୍ୱନ୍ଧୀୟ କ୍ଲଷ୍ଟର ବୈଠକ ଅନୁଷ୍ଠିତ ହୋଇ ଥିଲା। ପାଣ୍ଡିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବୈଠକ ରେ କରବାଲୁଆ କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ଜଣେ ଲେଖାଏଁ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ମିଳିତ ଭାବେ ସି ଆର ସି ସି ମିନତି କୁମାରୀ ପାଠୀ, ପାଣ୍ଡିରି ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୋତ୍ସା ରାଣୀ ସାହୁ, ସିଦ୍ଧାର୍ଥ ଶଙ୍କର ସାହୁ, ଲକ୍ଷ୍ମୀ ଗୌଡ଼ ଶିବିରର ଉଦ୍ଘାଟନ କରିଥିଲେ । ଏ ବି ଇ ଓ ତ୍ରିନାଥ ମଲ୍ଲିକ, ସୀମାଞ୍ଚଳ ପଣ୍ଡା ପରିଦର୍ଶନରେ ଆସି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉତ୍ସାହିତ କରିଥିଲେ । ପାଣ୍ଡିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଏଫ ଏଲ ଏନ ଶ୍ରେଣୀଗୃହ ଦେଖି ସମସ୍ତେ ପ୍ରଶଂସା କରି ଥିଲେ । ଶିକ୍ଷୟିତ୍ରୀ ସୁଜାତା ଦେବୀ, ରାଜଲକ୍ଷ୍ମୀ ପାଢ଼ୀ, ରଶ୍ମିତା ସାହୁ, ଶିକ୍ଷକ ଶିବରାମ ସାହୁ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ସନ୍ତୋଷ କୁମାର ପାତ୍ର ସି ଆର ସି ସି ଙ୍କ ସଂଯୋଜନା ଏବଂ ଶିବିର ପରିଚାଳନାକୁ ପ୍ରଶଂସା କରି ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ