କଳାହାଣ୍ଡି ରେ ରହାଗିରି ଉତ୍ସବ ଅନୁଷ୍ଠିତ
କଳାହାଣ୍ଡି, (ରଜନୀକାନ୍ତ ମିଶ୍ର):କଳାହାଣ୍ଡିର କଳା ,ସଂସ୍କୃତି ,ଐତିହ୍ୟ ଓ ବିକାଶ ଧାରାର ଲୋକ ମହୋତ୍ସବ ଘୁମୁରା ୨୦୨୫ ଆସନ୍ତା ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେବ। ଉତ୍ସବ କୁ ନେଇ ରାହାଗିରି ଉତ୍ସବର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ସହରର ଜେଲ ଛକଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆୟୋଜିତ ହୋଇଛି ରାହାଗିରି ଉତ୍ସବ । ତେବେ ଆୟୋଜିତ ଏହି ଉତ୍ସବରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ୍ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଅନୁଷ୍ଠିତ ରାହାଗିରି ଉତ୍ସବରେ ପତଞ୍ଜଳୀ ଯୋଗ ବିଦ୍ୟାଳୟ ପକ୍ଷରୁ ଯୋଗାଭ୍ୟା ପ୍ରଦର୍ଶିତ କରାଯାଇଥିବା ବେଳେ ଶାସ୍ତ୍ରୀ ଶିକ୍ଷା ନିକେତନ ସ୍କୁଲର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଡ୍ରମ ଡ୍ୟାନ୍ସ ପ୍ରଦର୍ଶିତ ହୋଇଥିଲା। ସେହିପରି କଳାହାଣ୍ଡି ଟାଇକୋଣ୍ଡ ଅନୁଷ୍ଠାନ ପକ୍ଷରୁ ଟାଇକୋଣ୍ଡୁ ଓ ମାର୍ଶାଲ ଆର୍ଟର ଅନେକ କୌଶଳ ପ୍ରଦର୍ଶିତ ହୋଇଥିଲା । ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନର ମଧ୍ୟ ଆୟୋଜନ କରାଯାଇଥିଲା । ମହାବୀର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ନିର୍ମାଣର ଶୈଳୀକୁ ଏହି ରାହାଗିରି ଉତ୍ସବ ରେ ପ୍ରଦର୍ଶିତ କରାଯାଇଥିବା ବେଳେ ବାଲୁକା କଳାରେ ମହାକୁମ୍ଭ ମେଳାର କୁ ନେଇ ଶୁଭେଛା ବାର୍ତ୍ତା ପ୍ରଦାନ କରାଯାଇଛି।ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ନେଇ ରାଙ୍ଗରାଙ୍ଗ ନାଚଗୀତ ଅନୁଷ୍ଠିତ ହୋଇଥିଲା । ରାହାଗିରି ଉତ୍ସବରେ ସହରବାସୀ ସାମିଲ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ ।