କଳିଙ୍ଗ ବୈଶ୍ୟ ଯୁବକ ସଂଘର ରକ୍ତ ଦାନ ଶିବିର

ଶେରଗଡ, (ଅନୀଲ କୁମାର ପଣ୍ଡା):ଆଜି ଶେରଗଡ କଳିଙ୍ଗ ବୈଶ୍ୟ ଯୁବକ ସଂଘ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଯୁବକ ସଂଘର ସଭାପତି ବି.ସନ୍ତୋଷ କୁମାର ପାତ୍ର ଓ ମହିଳା ସଂଘର ସଭାନେତ୍ରୀ ଟି.ସଙ୍ଗୀତା ପାତ୍ର ଙ୍କ ସଭାପତିତ୍ୱ ରେ କଳିଙ୍ଗ ବୈଶ୍ୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଈଯାଈଛି। ଏହି ଶିବିର କୁ କଳିଙ୍ଗ ବୈଶ୍ୟ ସଂଘର ଶେରଗଡ ଶାଖାର ପୁରଶ୍ରେଷ୍ଠି ତଥା ଯୁବକ ସଂଘର ଉପଦେଷ୍ଟା ଈ.ଅଶୋକ କୁମାର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଉପସ୍ଥିତ ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିବା ସହ ରକ୍ତ ଦାନ ଏକ ମହତ ଦାନ, ରକ୍ତ ଦାନ ଦ୍ବାରା ଜଣେ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇ ଥାଏ ବୋଲି ପ୍ରକାଶ କରିଥିଲେ ଏବଂ ଆଜିର ଯୁବପିଢ଼ି ରକ୍ତ ଦାନ କରିବା ଲାଗି ଆଗେଇ ଆସିବାକୁ ଆହ୍ବାନ କରିଥିଲେ। ଏଥିରେ ଭଞ୍ଜନଗର ବ୍ଲଡ ବ୍ୟାଙ୍କ ର ଡକ୍ଟର ଅନୁରାଗ ନିଶାଙ୍କ ଙ୍କ ତତ୍ବାବଧାନରେ ଡକ୍ଟର ଆଶୁତୋଷ, ବିପିନ କୁମାର ପାଣିଗ୍ରାହୀ, ଲକ୍ଷ୍ମୀ ନୃସିଂହ ମାଝୀ, ଆନି ମେହେର, ସିମାଞ୍ଚଳ ସେଠି ପ୍ରମୁଖ ଯୋଗଦେଇ ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ୩୭ ଜଣ ରକ୍ତ ଦାତା ଙ୍କ ମଧ୍ୟରେ ୩ ଜଣ ମହିଳା ରକ୍ତ ଦାନ କରିଥିବା ଜଣାପଡ଼ିଛି। ଏହି ରକ୍ତ ଦାନ ଶିବିରରେ ଏସ.ଅଶୋକ କୁମାର ପାତ୍ର,ବି.ସୁବାଷ ଚନ୍ଦ୍ର ପାତ୍ର, ଏସ.ସୂର‌୍ୟ୍ୟ ନାରାୟଣ ପାତ୍ର, ବି.ସନ୍ତୋଷ କୁମାର ପାତ୍ର (ଟୁନା),ରୂଷିକୂଲ୍ୟା ଅଞ୍ଚଳ ଯୁବକ ସଂଘର କୋଷାଧ୍ୟକ୍ଷ ସରୋଜ କୁମାର ପାତ୍ର ରହି ରକ୍ତ ଦାତା ଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ପାଦକ ବି.ବଳରାମ ପାତ୍ର, ସହସମ୍ପାଦକ ବି.ଚିଦାନନ୍ଦ ପାତ୍ର, ସିଏଚ ନିଳାଞ୍ଚଳ ସୁବୁଦ୍ଧି, ବି.କିରଣ କୁମାର ପାତ୍ର,ଜେ.ଭଗବାନ ପାତ୍ର, ଏସ.ସରୋଜ କୁମାର ପାତ୍ର, କିସନ କୁମାର ସୁବୁଦ୍ଧି,ସିଏଚ ଶିବାନନ୍ଦ ସୁବୁଦ୍ଧି ଙ୍କ ସହ ଯୁବକ ସଂଘର ସମସ୍ତ ସଦସ୍ୟ ଏବଂ ମହିଳା ସଂଘର ସମସ୍ତ ସଦସ୍ୟା ପରିଚାଳନା ରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ